ନାବାଳିକା କୁ ବଳାତ୍କାର କରି ଯୁବକ ଗିରଫ

ନିମାପଡା, (ସନ୍ତୋଷ ଦାଶ) :-ଜୈନିକା ନା ବାଳିକା କୁ ବଳାତ୍କାର କରିବା ଅଭିଯୋଗ ରେ ନିମାପଡା ଥାନା ପୋଲିସ ତେରୁଣ୍ଡିଆ ଗ୍ରାମ ର ସନ୍ତୋଷ ଭୋଇ ନାମକ ଯୁବକ କୁ-ଗିରଫ କରି ଆଜି କୋଟ କୁ ଚାଲାଣ କରିଛି । ଏ ସଂକ୍ରାନ୍ତ ରେ ଦଫା ୩୭୬/୨୯୪/୫୦୬/୫୦୯/ପସ୍କୋ ଆଇନ ରେ ଏକ ମାମଲା (କେଶ ନମ୍ୱର ୧୮୭/୨୨) ରୁଜୁ ହୋଇଥିବା କହିଛନ୍ତି ନିମାପଡା ଥାନା ଆଇ ଆଇ ସି ଶଙ୍କର୍ଷଣ ଦଳାଇ । ଅଭିଯୋଗ ହୋଇଛି ଯେ, ଗତକାଲି ପ୍ରତ୍ୟୁଷ ରେ ନାବାଳିକା ଜଣକ ଫୁଲ ତୋଳିବାକୁ ବାହାରକୁ ଯାଇଥିବା ବେଳେ ଅଭିଯୁକ୍ତ ଯୁବକ ଉକ୍ତ ନାବାଳିକା କୁ ଟେକିନେଇ ଗାଁ ଦଣ୍ଡା ଠାରେ ଜୋର ଜବରଦସ୍ତ ବଳାକ୍ତାର କରିଥିଲା । ଏ ସଂପର୍କ ରେ ନାବାଳିକା ଜଣକ ଥାନା ରେ ଅଭିଯୋଗ କରିବା ପରେ ପୋଲିସ ଉଭୟ ଙ୍କୁ ଗତକାଲି ଡାକ୍ତରୀମାଇନା କରିବା ପରେ ଆଜି ଅଭିଯୁକ୍ତ ଯୁବକ କୁ ଗିରଫ କରି ପୁରୀ ଜିଲ୍ଲା ସ୍ଵତନ୍ତ୍ର କୋର୍ଟ କୁ ଚାଲାଣ କରାଯାଇଛି ।  ଏହି ଘଟଣା ସମଗ୍ର ନିମାପଡା ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ