ନାବାଳିକା ଛାତ୍ରୀଙ୍କୁ ଅପହରଣର ୫ଦିନ ବିତିଯାଇଥିଲେ ସୁଦ୍ଧା ପୁଲିସ ତଦନ୍ତ କରୁନି : ଏସ୍‌ପିଙ୍କୁ ଭେଟି ଗୁହାରୀ ଜଣାଇଲେ ମାତା ପିତା

ଛତ୍ରପୁର,(ଦେବଦତ୍ତ ମହାରଣା): ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣାର ଦୀର୍ଘ ୫ଦିନ ବିତିଥିଲେ ସୁଦ୍ଧା ପୁଲିସ ପକ୍ଷରୁ କିଛି ପଦକ୍ଷେପ ନିଆଯାଉ ନାହିଁ । ଏନେଇ ବୁଧବାର ନାବାଳିକାଙ୍କ ପିତାମାତା ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏଙ୍କୁ ଭେଟି ସେମାନେ ଗୁହାରୀ ଜଣାଇଛନ୍ତି । ଗତ ୪ ତାରିଖରେ ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ ସହର ବ୍ରାହ୍ମଣ ଢାମଣାସାହିର ନାବାଳିକା ଝିଅ ଟ୍ୟୁସନରୁ ଫେରିବା ସମୟରେ ଗଞ୍ଜାମ ସାମନ୍ତରାସାହିର ଟୁକୁନା ଗୌଡ ନାମକ ଜଣେ ଯୁବକ ଜୋରଜବରଦସ୍ତି ଅପହରଣ କରି ନେଇଛି । ସେ ପୂର୍ବରୁ ବାରମ୍ବାର ଆମକୁ ଏ ସଂକ୍ରାନ୍ତରେ ଧମକ ଦେଇ ଆସୁଥିଲା । ଏହି ଘଟଣାରେ ସାହିର ଅନ୍ୟ ଜଣ ଯୁବକଙ୍କ ମଧ୍ୟ ସଂପୂର୍ଣ୍ଣ ହାତ ରହିଛି । ଘଟଣା ଘଟିବା ଦିନ ଆମ୍ଭେ ଓ ଆମ୍ଭ ସଂପର୍କୀୟମାନେ ଅପହରଣ ସଂକ୍ରାନ୍ତରେ ଜାଣିଥିବା ସାହିର ଅନ୍ୟ ଯୁବକଙ୍କ ଘରୁ ପଚାରିବାରୁ ସେ ଆମ୍ଭକୁ କହିଲା ତୁମେ ଥାନାରେ କିଛି ଜଣାଅ ନାହିଁ ମୁଁ ତୁମ ଝିଅକୁ ସନ୍ଧ୍ୟା ୪ଟା ସୁଦ୍ଧା ଆଣି ପହଞ୍ଚାଇବି । ଝିଅ ନ ପହଞ୍ଚିବା ପରେ ଆମ୍ଭେ ଘଟଣା ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିଥିଲୁ । କିନ୍ତୁ ଘଟଣାର ଦୀର୍ଘ ୫ଦିନ ବିତି ଯାଇଥିଲେ ସୁଦ୍ଧା ଗଞ୍ଜାମ ଥାନା ପୁଲିସ ଘଟଣାକୁ ଗୁରୁତ୍ୱ ନେଇନାହାନ୍ତି । ପୁଲିସ ବର୍ତ୍ତମାନ ସୁ୍‌ଦ୍ଧା ତଦନ୍ତରେ ଅବହେଳା କରୁଛି ବୋଲି ବୋଲି ନାବାଳିକାଙ୍କ ପିତା ପ୍ରଶାନ୍ତ ମହାପାତ୍ର ଓ ମାତା ମନସ୍ପିନୀ ମହାପାତ୍ର ଆରକ୍ଷୀ ଅଧୀକ୍ଷକଙ୍କ ଠାରେ ଅଭିଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ