ଉଦଘାଟନ ହେଲା କୋଣାର୍କ ଦ୍ବିତୀୟ ଇକୋ ରିଟ୍ରିଟ ଉତ୍ସବ
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ଉଦଘାଟନ ହୋଇଯାଇଛି ଦ୍ବିତୀୟ କୋଣାର୍କ ଇକୋ ରିଟ୍ରଟ ଉସ୍ତବ। ଏହି ଉତ୍ସବ କୁ ପ୍ରଥମେ ଭିଡିଓ ମେସେଜ ମାଧ୍ୟମ ରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ସହିତ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଇକୋ ରିଟ୍ରଟ ସମ୍ପୂର୍ଣ କୋଭିଡ କଟକଣା ମଧ୍ୟରେ ପର୍ଯ୍ୟଟକ ମାନଙ୍କୁ ନେଇ କରାଯିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ମାସ୍କ ଓ ସାନିଟାଇଜ ବାଧ୍ୟତାମୂଳକ କରାଯାଇଛି । ପୂର୍ବ ଥର ପରି ମନୋରଞ୍ଜନ କାର୍ଯ୍ୟକ୍ରମ କୁ ବନ୍ଦ କରାଯାଇଥିବା ବେଳେ ୫୦ଗୋଟି ଟେଣ୍ଟ ପର୍ଯ୍ୟଟକ ମାନଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ଯାହାର ମୂଲ୍ୟ ୧୧, ୫୦୦ ଠାରୁ ଆରମ୍ଭ କରି ୩୫,୦୦୦ ପର୍ଯ୍ୟନ୍ତ ରଖାଯାଇଛି ।ପର୍ଯ୍ୟଟକ ମାନଙ୍କ ସୁରକ୍ଷା ପାଇଁ ୨୦୦ ସିକ୍ୟୁରିଟ ଗାର୍ଡ ନିୟୋଜିତ କରାଯାଇଛି ।ପର୍ଯ୍ୟଟକ ମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଖାଦ୍ୟ ସହିତ ବୋଟିଂ କରିବା ପାଇଁ ସୁବିଧା ସୁଯୋଗ ରହିଅଛି । ଏହି ଉତ୍ସବ କୁ ପର୍ଯ୍ୟଟନ ଅଧିକାରୀ ଙ୍କ ସହିତ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦଘାଟନ କରିଥିଲେ ।


