ନାବାଳିକା ଝିଅ ଅପହରଣ ଅଭିଯୋଗ ଉପରେ ସଦର ଥାନାର ନିଷ୍କ୍ରୀୟତା ଅଭିଯୋଗ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜନୈକ ଦଳିତ ନାବାଳିକା ଝିଅଟି ଅପହରଣ ହୋଇଥିବା ସମ୍ପର୍କରେ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହେବାର ୧୦ଦିନ ପରେବି ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ନେଇ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ସଦର ଥାନା ଅନ୍ତର୍ଗତ ତିରିଣିଆ ଗ୍ରାମର ରାମ ମଳିକ ଅଭିଯୋଗ କରିଛନ୍ତି ଯେ ଗତ ୩ତାରିଖରେ ତାଙ୍କର ଏକମାତ୍ର ନାବାଳିକା ଝିଅଟି ହଠାତ ଘରୁ କେଉଁଆଡେ ଚାଲିଯାଇଛି ବା ତାକୁ କେହି ନେଇଯାଇଛି । ଅଭିଯୋଗକାରୀ ଏବଂ ତାଙ୍କ ପତ୍ନୀ ଉଭୟ ବିଲକୁ ଚାଷକାମରେ ଯାଇଥିବା ବେଳେ ତାଙ୍କ ଘରୁ ତାଙ୍କ ନାବାଳିକା ଝିଅକୁ କେହି ନେଇଯାଇଛି । ଏସମ୍ପର୍କରେ ସେ ସେହିଦିନ ସଦର ଥାନାରେ ଜଣାଇଥିଲେ ମଧ୍ୟ ଅଦ୍ୟାବଧି ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ଶ୍ରୀ ବର ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି ।