ନାବାଳିକା ନାତୁଣୀକୁ ନେଇ ଫେରାର ନାଳୁଆ ଅଜା ଗିରଫ
କରଞ୍ଜିଆ,( ଜିତେନ୍ଦ୍ର ରାଜ):ନିଜ ସମ୍ପର୍କୀୟ ନାତୁଣୀକୁ ନେଇ ଫେରାର ହୋଇଥିବା ନାଳୁଆ ଅଜା କୁ ଗିରଫ କରିବାସହିତ ଅସୁସ୍ଥ ନାବାଳିକା ଙ୍କ ଚିକିତ୍ସା ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କୁଳିପଷି ଗ୍ରାମ ପଞ୍ଚାୟତ ଅଧିନ ରୁଡଙ୍ଗ ଗ୍ରାମରେ। ଖବରରୁ ପ୍ରକାଶ ଯେ ରୁଡଙ୍ଗ ଗ୍ରାମର ଧିରଜ ପାତ୍ର (୪୫) ବିହାର ର ଗୟା ଠାରେ ରହି କାମ କରନ୍ତି। ତାଙ୍କର ସ୍ତ୍ରୀ ଅନ୍ୟ ଏକ ଯୁବକ ସହିତ ଫେରାଇ ହୋଇ ଯାଇଥିବା ବେଳେ ତାଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି। ତେବେ ଧିରଜ ମଙ୍ଗଳବାର ଦିନ ରାତି ୧୦ଟା ସମୟରେ ନିଜ ଭଣଜା ର ନାବାଳିକା ଝିଅ କୁ ଏକ ବାଇକ ରେ ବସାଇ ଫେରାର ହୋଇଯାଇଥିଲା । ପରିବାର ଲୋକ ରାତିରେ ବହୁତ ଖୋଜାଖୋଜି କରିଥିଲେ ବି ନାଳୁଆଅଜା କିମ୍ବା ଝିଅକୁ ପାଇନଥିଲେ। ପରିବାର ଲୋକ ଏ ଵାବଦରେ କରଞ୍ଜିଆ ଥାନା ରେ ଅଭିଯୋଗ କରିଥିଲେ। କୈାଣସି ସୁତ୍ରରୁ ସୂଚନା ପାଇଁ ଲୋକେ ଠାକୁରମୁଣ୍ଡା ବ୍ଲକ ରାସ୍ତାରେ ଥିବା ଏକ ଘର ଭିତରୁ ରସିକିଆ ଅଜା ଏବଂ ନାତୁଣୀ କୁ ଦେଖି ଠାକୁରମୁଣ୍ଡା ଥାନା ପୋଲିସକୁ ଖବର ଦେଇଥିଲେ। ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଅଜା ଏବଂ ନାତୁଣୀକୁ ଥାନାକୁ ନେଇ ଆସିଥିଲେ। ନାବାଳିକାଙ୍କ ଦେହ ଅସୁସ୍ଥ ହୋଇପଡିଥିବା ରୁ ତାଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ପରିବାର ଲୋକ ଭର୍ତ୍ତି କରି ଚିକିତ୍ସା କରାଇଥିଲେ । କରଞ୍ଜିଆ ଥାନା ପୋଲିସ ଠାକୁରମୁଣ୍ଡା ଥାନା ରେ ପହଂଚି ଅଜା ଏବଂ ନାତୁଣୀ କୁ କରଞ୍ଜିଆ ଥାନା କୁ ନେଇ ତଦନ୍ତ ଜାରି ରଖିଛନ୍ତି। ନାବାଳିକା ପିତା ଙ୍କ ରିପୋର୍ଟ ଆଧାରରେ କରଞ୍ଜିଆ ଥାନା ପୋଲିସ କେଶ୍ ନଂ ୩୩୩/୨୦୨୪ ଦଫା ୧୩୭(୧)ବି ଏନ୍ ଏସ ରେ ଏକ ଅପହରଣ ମାମଲା ରୁଜୁ କରି ରସିକିଆ ନାଳୁଆ ଅଜାକୁ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଜଣାପଡିଛି।