ନାବାଳିକା ବିବାହ ବେଳେ ପୋଲିସ ଓ ଚାଇଲ୍ଡ ଲାଇନ ବିଭାଗ ର ଚଢ଼ାଉ
ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଚୌଦ୍ୱାର ଥାନା ଅନ୍ତର୍ଗତ କୟାଳପଡ଼ା ପଞ୍ଚାୟତ ର ନୁଅପଟଣl ଗ୍ରାମରେ ଜଣେ ନାବାଳିକା ର ବିବାହ ଖବର ପାଇ ପୋଲିସ ଓ ଚାଇଲ୍ଡ ଲାଇନ ବିଭାଗ ପହଞ୍ଚିଥିଲେ ମଧ୍ୟ ପୁଅଝିଅ ଫେରାର ହୋଇଯାଇଥିବା ଜଣାପଡ଼ିଛି। ନୁଅପଟଣା ଗ୍ରାମର ଏକ ମନ୍ଦିରରେ ସେହି ଗ୍ରାମର ଜଣେ ଯୁବକ ମହିସଲଣ୍ଡା ପଞ୍ଚାୟତ ର ଆମ୍ବିଳିଝରି ଗ୍ରାମର ନାବାଳିକା ବୟସ (୧୭) ବିବାହ କରିଥିଲେ ଏହି ଖବର କିଛି ସମାଜ ସେବୀ ଚାଇଲ୍ଡ ଲାଇନ କୁ ଖବର ଦେଇଥିଲେ l ଚାଇଲ୍ଡ ଲାଇନ ର ନାରାୟଣ ଶୁକ୍ଳା ଓ ସମାଜସେବୀ ଜିତେନ୍ଦ୍ର ସାହୁ ଚୌଦ୍ୱାର ପୋଲିସ ସହାୟତାରେ ଘଟଣା ସ୍ଥଳରେ ପହଞ୍ଚିଥିଲେ ହେଲେ ତା ପୂର୍ବରୁ ଖବର ପାଇ ଯୁବକ ଜଣକ ନାବାଳିକା ଧରି ସେହି ସ୍ଥାନରୁ କେଉଁ ଆଡେ ଫେରାର ହୋଇଯାଇଥିଲେ ଚାଇଲ୍ଡ ଲାଇନ ପକ୍ଷରୁ ଯୁବକଙ୍କ ବାପାଙ୍କ ଠାରୁ ଏକ ଲିଖିତ ବୟାନ ଆଣି ଫେରି ଆସିଥିଲେ


