ନାବାଳିକା ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତ ଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ
ବାଲେଶ୍ୱର, (ସରୋଜ ପଣ୍ଡା):ଏକ ନାବାଳିକା ଯୌନ ନିର୍ଯାତନା ମାମଲାର ବିଚାର କରି ବାଲେଶ୍ଵର ଜିଲ୍ଲା ସ୍ଵତନ୍ତ୍ର ପୋକ୍ସ କୋର୍ଟ ଜଜ ରଞ୍ଜନ କୁମାର ସୂତାର, ଅଭିଯୁକ୍ତ ଅନିଲ ପାତ୍ର କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୪ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି।ଜରିମାନା ଅର୍ଥ ଅନାଦେୟ ଅଭିଯୁକ୍ତଙ୍କୁ ଅଧିକ ୨ ବର୍ଷ ଜେଲ ଦଣ୍ଡ ଭୋଗିବେ ବୋଲି ରାୟରେ ପ୍ରକାଶ କରିଛନ୍ତି।। ଏହି ମାମଲାର ୧୩ ଜଣ ସାକ୍ଷୀ ଓ ୧୮ ଟି ଦଲିଲ ଓ ଦସ୍ତାବିଜ କୁ ଆଧାର କରି ଏହି ଦଣ୍ଡ ଶୁଣାଇଛନ୍ତି ମାନ୍ୟବର କୋର୍ଟ। ୨୦୧୭ ମସିହାରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନାରେ ଜଣେ ନାବାଳିକା ଙ୍କୁ ଯୌନ ନିର୍ଯାତନା ଅଭିଯୋଗ ରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା।


