ନାମକୁ ମାତ୍ର ସଡକ ସୁରକ୍ଷା ଦିବସ କିନ୍ତୁ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା

ମୋହନା (ଅଂଶୁମାନ ପଣ୍ଡା): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିବହନ ବିଭାଗ ବିଭିନ୍ନ କଟକଣା ନିୟମ ଜାରି ରଖିଛନ୍ତି । ଏପରିକି ଗାଡି ଠାରୁ ନେଇ ଗାଡି ଚାଳକ ଯାଏଁ ବିଭିନ୍ନ ଶ୍ଳୋକ ଆଦାୟ କରାଯାଉଛି । ହେଲମେଟ ନଥିଲେ ୧ ହଜାରରୁ ଉର୍ଦ୍ଧ୍ୱ ଏବଂ ଲାଇସେନ. ଇନସିରୁଏନ୍‌ସ,ଫିଟନେଓ ନଥିବା ବ୍ୟକ୍ତିଙ୍କ ଠାରୁ ହଜାର ହଜାର ଟଙ୍କା ମନ ମୁତାବକ ଭାବେ ଜରିମାନା ଆଦାୟ କରାଯାଉଛି । ଯାହାରି ଫଳରେ ଗାଡିର ଦାମ ଠାରୁ ଜରିମାନା ଅଧିକ ରହୁଛି । ସରକାର ନିୟମ ଗଢିଛନ୍ତି କିନ୍ତୁ ସଚେତନତା ଅଭାବ, ରାସ୍ତାଘାଟ ଖାଲଖମାରେ ଭରପୁର ନା ଅଛି ସତର୍କ ସୂଚନା ଫଳକ, ନା କୌଣସି ପକ୍କାରାସ୍ତା ଯାହାରି ଫଳରେ ଅନେକ ସମୟରେ ଶହ ଶହ ଜୀବନ ବଳି ପଡୁଛି ରାସ୍ତାରେ । ଏଭଳି ଦେଖିବାକୁ ମିଳୁଛି ଗଜପତି ଜିଲ୍ଲା ମୋହନା ବ୍ଳକରେ । କାଗଜ କଲମରେ ମୁଖ୍ୟ ରାସ୍ତାଟି ଜାତୀୟ ରାଜପଥ ୩୨୬ ଦେଖାଉଥିବା ବେଳେ ବର୍ତମାନ ସୁଦ୍ଧା ମୋହନା ପୃତ ବିଭାଗ ଠାରୁ ୧୦୯ କି.ମି ପର୍ଯ୍ୟନ୍ତ ପୃତ ବିଭାଗ ନିର୍ଦ୍ଧେଶରେ କାମ ଚାଲୁ ରହିଛି । ମୋହନାଠାରୁ ୧୦୯ କି.ମି ମଧ୍ୟରେ ଜାତୀୟ ରାଜପଥରେ ବିଭିନ୍ନ ସ୍ଥାନରେ ଆଣ୍ଠେ ଆଣ୍ଠେ ଖାଲ, ପିଚୁ ଉଠି ରାସ୍ତା ଆଁ ହେଲାଣୀ । କଲର୍ଭଟ ଗୁଡିକରେ ପିଚୁ ନମିଶା ଯିବାରୁ ଖାଲ ଖମା ହୋଇ ରହିଛି କଲର୍ଭଟ ଗୁୁଡିକ । ବିଭିନ୍ନ ବୁଲାଣୀ ସ୍ଥାନ ଗୁଡିକରେ ସତର୍କ ସୂଚନା ଫଳକ ମଧ୍ୟ ଲଗାଯାଇ ପାରିନି, ରାସ୍ତା ଉପରେ ସତର୍କର ଫଳକ ନାହିଁ । ଆଜକୁ ସଢେ ୩ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା କାମ ପୂର୍ଣ୍ଣ ହୋଇ ପାରୁନାହିଁ । ଅଡବା ମୁଖ୍ୟ ବଜାରରେ ଆଣ୍ଠେ ଖାଲ ହୋଇ ରହିଛି ରାସ୍ତା ପିଚୁ ବିଂଚେଇ ହୋଇ ପଡିଛି ରାସ୍ତାରେ ଯାହାରି ଫଳରେ ନିରିହ ଲୋକେ ହେଲମେଟ୍ ପିନ୍ଧିଥିଲେ ମଧ୍ୟ ରାସ୍ତା ଖରାପ ଯୋଗୁଁ ଘୋଷାଡି ହୋଇ ପଡୁଛନ୍ତି । ୨୦୧୯ ଠାରୁ ୨୦୨୦ ମଧ୍ୟରେ ରାସ୍ତା ଖରାପ ଯୋଗୁଁ, ରାସ୍ତାର ସୂଚନା ଫଳକ ନଥିବାରୁ ୨୦ରୁ ଉର୍ଦ୍ଧ୍ୱ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଲୋକେ ଗୋଡ ହାତ ଅକାମି ହୋଇ ଘରେ ପଡିରହିଛନ୍ତି । ଏଭଳିକି ରାସ୍ତା ଉପରେ କୌଣସି ପ୍ରକାର ନଜର ନରଖି ଦାୟିତ୍ୱରେ ପୃତ ବୀଭାଗ ଯନ୍ତ୍ରୀ ସୁନିଲ ପାଢୀ ନିଜ କାର୍ଯ୍ୟାଳୟରେ ବସି ପିସି ନେଇ ଘୋ ନିଦ୍ରାରେ ଶୋଇଛନ୍ତି । ଏପଟେ ନିରିହ ଜନସାଧାରଣଙ୍କ ମୁଣ୍ଡ ଗଡୁଛି । ଅନ୍ୟପଟେ ସଡକ ସୁରକ୍ଷା ଦିବସ ଆସିଲେ ହିଁ ପରିବହନ ବିଭାଗର ଲମ୍ବା ଧାଡିରେ ପ୍ରଚାର ପ୍ରସାର କରି ଆଗ ଧାଡିରେ ଛିଡା ହୋଇ ଖବର କାଗଜରେ ବଡ ବଡ ଅକ୍ଷରରେ ନାମ ବାହାର କରନ୍ତି କିନ୍ତୁ ଦିନେ ମଧ୍ୟ ଗାଁ ଗହଳି ଅଚଂଳକୁ ଯାଇ କୌଣସି ପ୍ରକାର ସଚେତନତା କରିନାହାନ୍ତି । ଅଚାନକ ରବିବାର କୁ ରବିବାର ଗ୍ରସ୍ତ କରି ଗାଡି ଗୁଡିକୁ ଆଗୁଳି ମୋଟା ଅଙ୍କର ଜରିମାନା ଆଦାୟ କରି ହୋଟେଲରେ ଖାଇ ଚାଲିଯାଆନ୍ତି । କିନ୍ତୁ କୌଣସି ପ୍ରକାର ସଚେତନତା କରି ପାରୁନାହାନ୍ତି । ଜିଲ୍ଲା କାର୍ଯ୍ୟାଳୟରେ ବସି ସଚେତନତାର ନାମକୁ ମାତ୍ର ଖବର କାଗଜରେ ପ୍ରଶାରଣ କରିବା ପାଇଁ ଲୋକ ଦେଖାଣିଆକୁ ଆଗ ଧାଡିରେ ରୁହନ୍ତି । ଗଜପତି ଜିଲ୍ଲାର ଅନ୍ୟବ୍ଳକ ଗୁଡିକୁ କେବେବି ସଚେତନତା ପାଇଁ ପାଦ ପଡେନି । ମୋଟା ଅଙ୍କର ଦରମା ନେଇ ଜିଲ୍ଲାରେ ସୁଇ ରୁହନ୍ତି ବାବୁ ମାନେ । ତେବେ କେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏହି ମୁଖ୍ୟ ରାସ୍ତା ଜାତୀୟ ରାଜପଥ ୩୨୬, ପରିବହନ ବିଭାଗ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲୋକଙ୍କୁ ପକ୍କା ରାସ୍ତା ଓ ସଚେତନତା ମିଳିବ ତାକୁ ହିଁ ଏବେ ଅପେକ୍ଷା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ