ନାମାଙ୍କନ ପତ୍ର ଦାଖଲ କଲେ ଜନାର୍ଦ୍ଦନ ଓ ଶୁଭ୍ରାଂଶୁ
ଖୋର୍ଦ୍ଧା : ଭୁବନେଶ୍ୱର ଲୋକସଭା ପାଇଁ ଶନିବାର ସିପିଆଇ(ଏମ) ଓ କଂଗ୍ରେସର ମିଳିତ ପ୍ରାର୍ଥୀ ହୋଇଥିବା ଜନାର୍ଦ୍ଦନ ପତ ରିଟଣ୍ଣିଂ ଅଫିସର ତଥା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ଏହାପରେ ପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ହଜାର ହଜାର ସଂଖ୍ୟକ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରା କରି ସହର ପରିକ୍ରମା କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଶୋଭାଯାତ୍ରା ସ୍ଥାନୀୟ ଗୀତାଭବନଠାରେ ଶେଷ ହୋଇଥିଲା । ସେହିପରି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଶୁଭ୍ରାଂଶୁ ଶେଖର ପାଢ଼ୀ ମଧ୍ୟ ନାମାଙ୍କନପତ୍ର ଦାଖଲ କରିଥିବା ଜଣାଯାଇଛି । ମାତ୍ର ଭୁବନେଶ୍ୱର ଲୋକସଭା ମଣ୍ଡଳୀର ଖୋର୍ଦ୍ଧା, ବେଗୁନିଆ ବିଧାନସଭା ମଣ୍ଡଳୀ ଓ ପୁରୀ ଲୋକସଭା ମଣ୍ଡଳୀ ଅଧିନରେ ଥିବା ଚିଲିକା ବିଧାନସଭା କ୍ଷେତ୍ର ନିମନ୍ତେ କୌଣସି ଆଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିବା ଜଣାଯଇଛି ।