ନାରାୟଣ ଘଡାଇଙ୍କ ସୃତି ସଭା
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ବ୍ରହ୍ମପୁର ଉପକଣ୍ଠସ୍ଥ ସୁକୁଣ୍ଡା ମନ୍ଦିର ନିକଟ ମୁଖ୍ୟ ରାସ୍ତାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସମାଜ ସେବୀ ତଥା ଓଡିଶା ଦଳିତ ସମାଜ କଲ୍ୟାଣ ସଂଘର ଉପସଭାପତି ତଥା ନଗର ହରିଜନ କୁଳ ମହାସଂଘର ପୂର୍ବତନ ସଭାପତି ସ୍ୱର୍ଗୀୟ ନାରାୟଣ ଘଡେଇଙ୍କ ବିୟୋଗରେ, ତାଙ୍କ ଆମର ଆତ୍ମାର ଶାନ୍ତି ନିମନ୍ତେ, ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି, ବାସୁଦେବ ଘଡେଇ, କୈଳାଶ ଘଡେ଼ଇ, ଦୁଷ୍ମନ୍ତ ଘଡେ଼ଇ ଓ ମୁକୁନ୍ଦ ଘଡେ଼ଇ , କିସେନ୍ ଘଡେ଼ଇଙ୍କ ତରଫରୁ ଆୟୋଜିତ ଶୋକ ଶୋଭା କ୍ରଯ୍ୟକ୍ରମରେ ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ବିଭିନ୍ନ ସଂଘଠନର କର୍ମକର୍ତ୍ତା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ, ସେମାନଙ୍କ ମଧ୍ୟରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ଓଡିଶା କାଯୁ ନିଗମ ଅଧକ୍ଷ ସୁବାସ ମହାରଣାଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟ ଗଣୟବ୍ୟକ୍ତି ଯୋଗ ଦେଇ ଅମର ଆତ୍ମାର ସଦ ଗତି ନିମନ୍ତେ ପ୍ରାଥନା କରିବା ସହ ସୃତିଚାରଣ କରିଥିଲେ । ଏଥି ସହ ସ୍ୱର୍ଗୀୟ ନାରାୟଣ ଘଡେଇଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅରପଣ କରିବା ସହ ଦୁଇ ମିନେଟ ନିରବ ପ୍ରାର୍ଥନା କରାଯାଇଥିଲା ।


