ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ସ୍ୱେଚ୍ଛାସେବୀ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ କଲରା ବସ୍ତି, ୟୁନିଟ୍‌-୯ ଠାରେ ବିଶ୍ୱ ତମାଖୁ ବର୍ଜନ ଦିବସ ଅନୁଷ୍ଠିତ ହୋଇଯାଇଛି । ସଭାପତି ସମାଜସେବୀ ଶିବନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦିକା ସମାଜସେବିକା ସମିତା ମହାରଣା, ମଦନ ମୋହନ ପାଢ଼ୀ, ପ୍ରଶାନ୍ତ ବାରିକ, ଅବିନାଶ ପ୍ରମୁଖ ଯୋଗଦେଇ ତମାଖୁ ବର୍ଜନ କରିବା ସହିତ ଏହାର ସେବନ ଦ୍ୱାରା ଶରୀରରେ ନାନା ପ୍ରକାର କ୍ଷତି ସାଧିତ ହେବା ସହିତ ତମାଖୁର ଭୟାବହତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ପ୍ଲାକାର୍ଡ଼ ସହିତ ଏକ ସଚେତନତା ପଦଯାତ୍ରା ସ୍ଥାନୀୟ ବସ୍ତିଠାରୁ ଆରମ୍ଭ କରି ରାମମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ପରିବେଶ ସୁରକ୍ଷା, ସମାଜସେବା ଉପର ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସୀତାଂଶୁ ଶେଖର ମହାରଣା ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ଅରବିନ୍ଦ ତ୍ରିପାଠୀ, ପ୍ରଫୁଲ୍ଲ ସାହୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ