ନାରା ଲୋକେଶ ନଜରବନ୍ଦୀ: ଘରେ ଆରମ୍ଭ କଲେ ୧୨ ଘଣ୍ଟିଆ ଅନଶନ
ହାଇଦ୍ରାବାଦ୍: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍.ଚନ୍ଦ୍ରାବାବୁ ନାଇଡୁ ଏବଂ ତାଙ୍କ ପୁଅ ନାରା ଲୋକେଶଙ୍କୁ ବୁଧବାର ନିଜ ଘରେ ନଜରବନ୍ଦୀ କରାଯାଇଛି । ଜଣେ ଟିଡିପି ନେତାଙ୍କ ହତ୍ୟା ବିରୋଧରେ ଚନ୍ଦ୍ରାବାବୁ ଦଳୀୟ ସଦସ୍ୟଙ୍କ ସହିତ ମିଶି ପ୍ରଦର୍ଶନ କରିବାର ଥିଲା । ତେବେ ଆଇନ ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତାଙ୍କୁ ନଜରବନ୍ଦୀ କରାଯାଇଛି । ଚନ୍ଦ୍ରାବାବୁ ଏବଂ ପୁଅ ନାରା ଲୋକେଶ ନିଜ ଘରେ ପୂର୍ବାହ୍ନ ୮ରୁ ରାତ୍ର ୮ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଅନଶନ ଆରମ୍ଭ କରିଛନ୍ତି । ଚନ୍ଦ୍ରାବାବୁଙ୍କ ଘରକୁ ଆସୁଥିବା ବହୁ ସମର୍ଥକଙ୍କୁ ପୋଲିସ ଗିରଫ କରିଥିବା କୁହାଯାଉଛି ।