କାବୁଲସ୍ଥିତ ଆମେରିକୀୟ ଦୂତାବାସରେ ରକେଟ୍ ବିସ୍ଫୋରଣ
କାବୁଲ: ବୁଧବାର ହେବାକୁ ଆଉ ଅଳ୍ପ ସମୟ ଥିବାବେଳେ ଆଫଗାନିସ୍ଥାନସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସରେ ଗୋଟାଏ ରକେଟ୍ ବିସ୍ଫୋରଣ ଘଟିଛି । ବୁଧବାର ଦିନ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ଉପରେ ହୋଇଥିବା ୯/୧୧ ଆକ୍ରମଣର ବାର୍ଷିକୀ । କିନ୍ତୁ ଘଣ୍ଟାଏ ପରେ ଦୂତାବାସ ପରିସର ମଧ୍ୟରେ ଥିବା କର୍ମଚାରୀମାନେ ଘୋଷଣା କରିଥିଲେ କି, ଏଥିରେ କେହି ଆହତ ହୋଇନାହାନ୍ତି । ଠିକ୍ ମଧ୍ୟ ରାତ୍ରୀ ପରେ ପରେ କେନ୍ଦ୍ରୀୟ କାବୁଲି ଉପରେ କଳା ଧୂଅାଁ କୁଣ୍ଡଳୀ ଉଠିବା ସହ ସାଇରନ୍ ବାଜିଥିଲା । ଦୂତାବାସ ମଧ୍ୟରେ କର୍ମଚାରୀମାନେ ଡାକବାଜି ଯନ୍ତ୍ରରେ ବାଜୁଥିବାର ଶୁଣିଥିଲେ: ପରିସର ମଧ୍ୟରେ ରକେଟ୍ ବିସ୍ଫୋରଣ ଘଟିଛି ।ଏ ସଂକ୍ରାନ୍ତରେ ଆଫଗାନ ସରକାରୀ ଅଧିକାରୀମାନେ ତୁରନ୍ତ କୌଣସି ମନ୍ତବ୍ୟ ଦେଇ ନାହାନ୍ତି । ନିକଟରେ ଥିବା “ନାଟା’ ମିସନ୍ ମଧ୍ୟ କହିଛି ଯେ କୌଣସି କ୍ଷୟକ୍ଷତି ହୋଇନାହିଁ । ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ହଠାତ୍ ଆମେରିକା-ତାଲିବାନ ଆଲୋଚନା ପ୍ରତ୍ୟାହାର କରିନେବା ପରେ ଆଫଗାନ ରାଜଧାନୀରେ ଏହା ହେଉଛି ପ୍ରଥମ ପ୍ରମୁଖ ଆକ୍ରମଣ । ଗତ ସପ୍ତାହରେ ଦୁଇ ତାଲିବାନ୍ କାର୍ ବୋମା ବିସ୍ଫୋଣରେ କାବୁଲ ଥରିଉଠିବା ସହ କେତେ ଜଣ ସାଧାରଣ ନାଗରିକ ଏବଂ “ନାଟା’ ମିସନର ଦୁଇ ଜଣ ସଦସ୍ୟ ନିହତ ହୋଇଥିବ ।


