ନାଲକୋ ପକ୍ଷରୁ ରିଲିଫ କିଟ୍ ବଣ୍ଟନ
କୋଣାର୍କ (ଜୁଗାବ୍ଦ ନ୍ୟୁଜ୍): : ଗୁରୁବାର କୋଣାର୍କ ଥାନା ଅନ୍ତର୍ଗତ ଚନ୍ଦ୍ରଭାଗା ନୋଳିଆ ବସ୍ତିରେ ନାଲକୋ ପକ୍ଷରୁ ରିଲିଫ କିଟ୍ ବଣ୍ଟନ କରାଯାଇଛି । ବାତ୍ୟା ପ୍ରଭାବିତ ୩୦୦ ପରିବାରଙ୍କୁ ରିଲିଫ କିଟ୍ ଦିଆଯାଇଥିଲା । ନାଲ୍କୋର ପ୍ରୋଜେକ୍ଟ ମ୍ୟାନେଜର ସତ୍ୟ ସ୍ୱରୁପ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ରିଲିଫ ପ୍ରଦାନ କରାଯାଇଥିଲା । ଏହି କିଟ୍ରେ ବିସ୍କୁଟ ପ୍ୟାକେଟ, ଡାଲି, ଚୁଡା, ଗୁଡ, ଲୁଣ, ଆଳୁ, ପିଆଜ, ପାଣିବୋତଲ ଆଦି ସାମଗ୍ରୀ ରହିଛି । ଏହା ବ୍ୟତୀତ ୧୫୦ ଜଣ କିଶୋରୀଙ୍କୁ ନ୍ୟାପ୍କିନ ପ୍ୟାକେଟ ଦିଆଯାଇଥିଲା । ପୁରୀ ଜିଲ୍ଲା କେନ୍ଦ୍ରୀୟ ମତ୍ସ୍ୟ ସମବାୟ ମହାସଂଘ ସଭାପତି ମଧୁସୂଦନ ପ୍ରଧାନଙ୍କ ଅନୁରୋଧ କ୍ରମେ ନାଲ୍କୋ ସିିଏମଡି ତପନ କୁମାର ଚାନ୍ଦ ରିଲିଫ କିଟ୍ର ବ୍ୟବସ୍ଥା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ୯୭୬ ପରିବାରଙ୍କୁ ପଲିଥିନ ପାଲ ଯୋଗାଇ ଦେବା ପାଇଁ ନୋଳିଆ ମତ୍ସ୍ୟଜୀବୀ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତ୍ରିଲୋଚନ ସାହୁ, ପ୍ରିୟରଞ୍ଜନ ରଥ ପ୍ରମୁଖ ସହଯୋଗ କରିଥିଲେ ।