ନାଲି କଲି ବେଶରେ ଦର୍ଶନ ଦେଲେ ମା ମଙ୍ଗଳା
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବାସିନୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଆଶ୍ୱିନ ଅଷ୍ଟମୀ ତିଥିରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା ବା ଷୋଳ ପୂଜା । ବୁଧବାର ରାତିରେ ମା ଙ୍କ ନାଲି କଲି ବେଶ ଅନୁଷ୍ଠିତ ହୋଇଛି । ଆଜି ଦିନ ତମାମ ମାତୃଭକ୍ତ ମାନେ ମାଙ୍କୁ ଏହି ବେଶ ରେ ଦର୍ଶନ କରିଥିଲେ ।ଗୁରୁବାର ବିଳମ୍ବିତ ରାତିରେ ମା ଙ୍କ କଳା କଲି ବେଶ, ଶୁକ୍ରବାର ରାତିରେ ନାଲି କଲି ବେଶ, ଶନିବାର ରାତିରେ ତୀର କମାଣ ବା ରଘୁନାଥ ବେଶ, ରବିବାର ରାତିରେ କାତି ଖର୍ପର ବା କାତାୟନୀ ବେଶ, ସୋମବାର ରାତିରେ ପ୍ରସିଦ୍ଧ ସିଂହ ବାହିନୀ ଵେଶ, ମଙ୍ଗଳ ବାର ମହାଷ୍ଟମୀ ରାତିରେ ମା ଙ୍କ ମହିଷା ମଦ୍ଧିନୀବେଶ କୁଷ୍ମାଣ୍ଡ ବଳି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ମା ଙ୍କ ପୂଜାପଣ୍ଡା ଲଳିତକୁମାର ଦୀକ୍ଷିତ ପ୍ରକାଶ କରିଛନ୍ତି । ୧୫ ତାରିଖ ରେ ଦଶହରା ଉତ୍ସବ ସହିତ ହର ଦୂର୍ଗା ଭେଟ ଅନୁଷ୍ଠିତ ହୋଇ ମା ମଙ୍ଗଳା ଙ୍କ ଶାରଦୀୟ ପାର୍ବଣ ପୂଜାର ପରିସମାପ୍ତି ଘଟିବ।