ନାହାଳପୁର ପବ୍ଲିକ ସ୍କୁଲ୍ର ବାର୍ଷିକ ଉତ୍ସବ
କଣ୍ଟାପଡ଼ା(ସନ୍ତୋଷ କୁମାର ନାୟକ):ନାହାଳପୁର ପଞ୍ଚାୟତ ଅନ୍ତର୍ଗତ ନାହାଳପୁର ଗ୍ରାମରେ ଥିବା ବ୍ଲେଶ ପବ୍ଲିକ ସ୍କୁଲ୍ର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ନିଆଳି ବିଧାୟକ ଡ଼ାକ୍ତର ପ୍ରମୋଦ କୁମାର ମଲ୍ଲିକ, ଓଡ଼ିଆ ଭାଷା ଆନ୍ଦୋଳନର ପ୍ରମୁଖ କର୍ଣ୍ଣଧାର ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଓଡ଼ିଶା ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ ଓ ସ୍ଥାନୀୟ ସରପଞ୍ଚ ସୁଧୀର କୁମାର ଦାସ, ସମାଜସେବୀ ଧନଞ୍ଜୟ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ମତବ୍ୟକ୍ତ କରିଥିଲେ ଯେ, ଶିକ୍ଷା, ସଂସ୍କାର, ପୂଜ୍ୟପୂଜା ଓ ରାଷ୍ଟ୍ର ଭକ୍ତି କରିବା ପ୍ରତ୍ୟେକ ଛାତ୍ରଛାତ୍ରୀ ପାଇଁ ଆବଶ୍ୟକ । ଏହି ସଭାରେ ସମାଜସେବୀ ସନ୍ତୋଷ କୁମାର ନାୟକ ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଳୟର ସମ୍ପାଦକ ବିବେକାନନ୍ଦ ନାୟକ ମଞ୍ଚ ପରିଚାଳନା କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ଜେନା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅତିଥିମାନେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।