ନାହିଁ ନାହିଁରେ ଚାଲିଛି ମୋହନା ଷ୍ଟେଟ ବ୍ୟାଙ୍କ
ମୋହନା , (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ୩୯ଟି ଦୁର୍ଗମ ପଞ୍ଚାୟତର ଜନସାଧାରଣ ମୋହନା ଷ୍ଟେଟ ବ୍ୟାଙ୍କ ଉପରେ ନିର୍ଭର କରୁଥିବାବେଳେ ଆଜିକୁ ପ୍ରାୟ ୭ଦିନ ହେଲା ବ୍ୟାଙ୍କର ମେସିନ ଖରାପ ଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ବ୍ୟାଙ୍କର ଟଙ୍କା ବନ୍ଧା ମେସିନ ଖରାପ ଥିବାରୁ ଲୋକମାନେ ବହୁ ଦୁରଦୁରାନ୍ତରୁ ଟଙ୍କା ବାନ୍ଧିବାକୁ ଆସି ଲମ୍ବା ଲାଇନରେ ଜଗିବାକୁ ପଡୁଥିବାବେଳେ ପ୍ରିଣ୍ଟିଂ ମେସିନ ଖରାପ ଥିବାରୁ ଲୋକମାନେ ସରକାରୀ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଆସିବା ଜାଣିପାରୁ ନାହାନ୍ତି । ଅନ୍ୟପଟେ ବ୍ୟାଙ୍କରେ ଥିବା ଜେନେଟ୍ର ଖରାପ ହୋଇ ଅଚଳ ହୋଇଯାଇଥିବାରୁ ବିଦ୍ୟୁତ କାଟ ସମୟରେ ବ୍ୟାଙ୍କରେ କୌଣସି କାମ ହୋଇପାରୁନଥିବା ଅଭିଯୋଗ ହୋଇଛି । ଅନ୍ଧାରରେ ମୋହନା ଷ୍ଟେଡବ୍ୟାଙ୍କ ଚାଲିଥିବାବେଳେ ବ୍ୟାଙ୍କକରେ ପିଇବା ପାଣୀର ମଧ୍ୟ ସୁବିଧା ନଥିବା ଜଣାପଡିଛି । ଏ ସମ୍ପର୍କରେ ବ୍ୟାଙ୍କର ଅଧିକାରୀଙ୍କୁ ପଚାରିବାରୁ ସେ ଉପରସ୍ତ ଅଧିକାରୀଙ୍କୁ ଜଣା ଯାଇଛି ଓ ସେ ଏହାର ତୁରନ୍ତ ସମାଧାନ କରିବାକୁ କହିଥିବା ଜଣାଇଛନ୍ତି ।


