ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) : ଅରୁଣ ଦେ ସ୍ମୃତି ପରିଷଦ ଓ ରୋଟାରୀ କ୍ଲବର ମିଳିତ ଆନୁକୂଲ୍ୟରେ ଏକ ଚକ୍ଷୁ ପରୀକ୍ଷା ଶିବିର ସ୍ୱର୍ଗତ ଅରୁଣ ଦେଙ୍କ ବାସ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଶବିରରେ ଆଖପାଖ ଅଞ୍ଚଳର ମହିଳା ପୁରୁଷଙ୍କ ସମେତ ବହୁ ଛାତ୍ରଛାତ୍ରୀ ଯୋଗଦେଇ ନିଜର ଆଖି ପରୀକ୍ଷା କରାଇ ବିଶେଜ୍ଞଙ୍କଠାରୁ ପରାମର୍ଶ ଗ୍ରହଣ କରିଥିଲେ । ଶିବିର ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ମୃତି ପରିଷଦର କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପ୍ରସାଦ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ରୋଟାରୀ କ୍ଲବ ସଭାପତି ଡ ରାଜଲକ୍ଷ୍ମୀ ଯତି, ସମ୍ପାଦକ ପ୍ରଦୀପ୍ତ କୁମାର ପଣ୍ଡା, ସ୍ମୃତି ପରିଷଦର ଉପଦେଷ୍ଟା ରଞ୍ଜନ ବାଗ, ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଚେୟାରମ୍ୟାନ ମାତୃଦତ୍ତ ଦାସ, ସୁବ୍ରତ କର ପ୍ରମୁଖ ଏଥିିରେ ଯୋଗଦେଇ ସ୍ୱର୍ଗତ ଦେଙ୍କ ସେବାମୂଳକ କାର୍ଯ୍ୟଧାରା ଓ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅଭିଜିତ ଦାସ, ଶରତ କୁମାର ଦାସ, ଆଶିଷ ଦାଶ, ତ୍ରିଲୋଚନ ବାରିକ, ଜୟନ୍ତ ମହାପାତ୍ର, ରଘୁନାଥ ଲେଙ୍କା, ପୂର୍ଣ୍ଣଚନ୍ଦ୍ର ରାଉତ, ଅନସୂୟା ନାୟକ, ପ୍ରଜ୍ଞାପାରମିତା ନାୟକ, ଭୋଳାନାଥ ବେହେରା, ବିନୋଦ ଜୀ, କୁନ୍ଦନ ଦାସ, ସନ୍ତୋଷ ପଟ୍ଟନାୟକ, ନିମାଇଁ ରାଉତରାୟ, ରୋଟାରୀ କ୍ଲବର ସଦସ୍ୟସୁଖମୟ ଦାସ, ଯଶୋଦା ନନ୍ଦନ ଆଶ, ଫକୀର ମୋହନ କଲେଜ ଅଲୁମୋନିର ଗୋପାଳ ଜେନା, ମଧୁସୂଦନ ବେହେରା, ଦୀପକ ଦାସ, ରମାକାନ୍ତ ମହାନ୍ତି, ରାମପ୍ରସାଦ ପ୍ରଧାନ, କଳାକାର ନାଟ୍ୟ ସଂସ୍ଥାର ମୁଖ୍ୟ ସୁରଞ୍ଜନ ଦାସମହାପାତ୍ର ପ୍ରମୁଖ ଶିବିର ପରିଚାଳନା କରିଥିଲେ । ରୋଟାରୀ ଆଇ ହସପିଟାଲର ରମେଶ କୁମାର ବାରିକ, ଧନଞ୍ଜୟ ବାରିକ, ଦୀପାଞ୍ଜଳି ସାହୁ, ଭାଗ୍ୟଲକ୍ଷ୍ମୀ ବାରିକ, ଜୟୀକୁମାର ବିଶ୍ୱାଳ ପ୍ରମୁଖ ସମସ୍ତଙ୍କ ଚକ୍ଷୁ ପରୀକ୍ଷା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ