ନିଆଁ ଦାଉରୁ ଜଙ୍ଗଲର ସୁରକ୍ଷା ଏବଂ ପ୍ରତିକାର ସମ୍ବନ୍ଧୀୟ କର୍ମଶାଳା

ରାଇରଙ୍ଗପୁର- ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ କ।ର୍ଯ୍ୟ।ଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ରାଇରଙ୍ଗପୁର ବନଖଣ୍ଡ ସ୍ତରୀୟ ନିଆଁ ଦାଉରୁ ଜଙ୍ଗଲର ସୁରକ୍ଷା ଓ ପ୍ରତିକାର ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ବନଖଣ୍ଡ ଅଧିକାରୀ ଅରୁଣ କୁମାର ମିଶ୍ର, ସମ୍ମାନିତ ଅତିଥି ରାଇରଙ୍ଗପୁର ଅଗ୍ନିଶମ ବିଭାଗ ସାର୍କଲ ଅଧିକାରୀ ଶରତ କୁମାର ସିଂ,କଥାକାର ଲଳିତ ମହାନ୍ତ,ଆଡଭୋକେଟ ଅକ୍ଷୟ ମହାନ୍ତି ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି କର୍ମଶାଳା କୁ ଉଦ୍‌ଘାଟନ କରିଥିଲେ । ମଣିଷ,ଜଙ୍ଗଲ,ନଦୀ, ଜୀବଜନ୍ତୁ ନେଇ ପରିବେଶ ସନ୍ତୁଳିତ । ଜଙ୍ଗଲ ହେଉଛି ସୃଷ୍ଟିର ପ୍ରାଣ । ଜଙ୍ଗଲ ନଷ୍ଟ ଯୋଗୁଁ ଜଳବାୟୁରେ ପରିବର୍ତ୍ତନ ଘଟୁଛି । ତେଣୁ ଜଙ୍ଗଲକୁ ରକ୍ଷା କରିବା ସମସ୍ତଙ୍କର ଦାୟିତ୍ୱ ବୋଲି ମୁଖ୍ୟ ଅତିଥି ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା କହିଥିଲେ । ବନଖଣ୍ଡ ଅଧିକାରୀ ଅରୁଣ ମିଶ୍ର କହିଥିଲେ ଯେ, ଜଙ୍ଗଲକୁ ବର୍ତ୍ତମାନ ପରିସ୍ଥିତିରେ ଜଙ୍ଗଲ ମାଫିଆ, ନିଆଁ ଦାଉରୁ ରକ୍ଷା କରିବା ସମସ୍ତଙ୍କର ଦାୟିତ୍ୱ । ଜଙ୍ଗଲ ରେ ମଣିଷକୃତ ନିଆଁ ଲାଗୁ କିମ୍ବା କୌଣସି ପ୍ରାକୃତିକ କାରଣରୁ ନିଆଁ ଲାଗୁ । ନିଆଁ ଲିଭାଇବା ବା ନିଆଁ ଦାଉରୁ ଜଙ୍ଗଲ ରକ୍ଷା କରିବା ପାଇଁ ବ୍ୟବସ୍ଥା, ଅତ୍ୟାଧୁନିକ ଅଗ୍ନି ନିର୍ବିପାକ ସାମଗ୍ରୀ,ତାଲିମ, ଜଙ୍ଗଲ ସୁରକ୍ଷାକମିଟିକୁ ସକ୍ରିୟ କରିବା ,ଜଙ୍ଗଲ ସୁରକ୍ଷା ଏବଂ ବନ ବିଭାଗ କର୍ମଚାରୀ ମଧ୍ୟରେ ତାଳମେଳ ରହିବା ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା । ଜଙ୍ଗଲକୁ ଯେଉଁମାନେ ପୋଡୁଛନ୍ତି ବା ନଷ୍ଟ କରୁଛନ୍ତି ସେମାନଙ୍କ ପାଇଁ ଆଇନ ଗତ ଦୃଢ କାର‌୍ୟ୍ୟାନୁଷ୍ଠାନ ଏବଂ ଦଣ୍ଡ ର ଧାରା ଉପରେ ମଧ୍ୟ ଅବଗତ କରାଯାଇଥିଲା । ଏଥିରେ ବନଖଣ୍ଡ ର ରେଞ୍ଜର,ଫରେଷ୍ଟର, ଫରେଷ୍ଟ ଗାର୍ଡ ପ୍ରମୁଖ ଉପସ୍ଥିତ ଥିଲେ । ବନ ବିଷୟ ବିଶେଷଜ୍ଞ ତ୍ରିଲୋଚନ ରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ପରେ ଅଗ୍ନିଶମ ବିଭାଗ କର୍ମଚାରୀ ବିଭିନ୍ନ ନିଆଁକୁ ଆୟତ୍ତ କରିବା ଓ ଲିଭେଇବା ଅଗ୍ନିଶମ ଯନ୍ତ୍ର ଦ୍ବାରା ଡେମୋ ପ୍ରଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ