ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ଆସିକା ବିଧାୟିକାଙ୍କ ଦ୍ଵାରା ୧୮ ଟି ପ୍ରକଳ୍ପ ଉଦ୍ଘାଟିତ
ବୁଗୁଡା- ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କ ଦ୍ୱାରା ୧୮ ଟି ପ୍ରକଳ୍ପର ଉଦଘାଟନ ଓ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିବା ଜଣାପଡିଛି। ଆସିକା ଠାରୁ ବାଲିପଦର ଯାଏ ପୂର୍ତ୍ତବିଭାଗ ବିଭାଗ ରାସ୍ତାର ପ୍ରଶସ୍ତିକରଣ ଓ ସଶକ୍ତିକରଣ ପାଇଁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଶିଳାନ୍ୟାସ ଓ ଭୂମି ପୂଜା କରିଥିଲେ। ଏଥି ସହ ବଡ଼ଖୋଲି ପଞ୍ଚାୟତର ୧୮ଟି ପ୍ରକଳ୍ପକୁ ଶ୍ରୀ ସାହୁ ଓ ଆସିକା ବିଧାୟିକା ମଞ୍ଜୁଳା ସ୍ଵାଇଁ ଉଦଘାଟନ କରିଥିଲେ। ଏହି କ।ର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଆସିକା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳିକ, ଉପାଧ୍ୟକ୍ଷା ସୁଜାତା ସ୍ଵାଇଁ,ବଡଖୋଲି ପଞ୍ଚାୟତ ସରପଞ୍ଚ ଭାଗ୍ୟଲତା ବିଷୋୟୀ ଓ ସମିତି ସଭ୍ୟା ଲୀଳାବତୀ ସ୍ଵାଇଁ ପ୍ରମୁଖ କ।ର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଅତିଥି ବୃନ୍ଦଙ୍କୁ ବିଭିନ୍ନ ସ୍ଥାନରେ ବିରାଟ ପଟୁଆରରେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବା ଦେଖିବାକୁ ମିଳିଥିଲା।


