ନିଆଁ ଲାଗି ଜଳିଗଲା ଘର ଅଳ୍ପକେ ବର୍ତିଲେ ପରିବାର

କଳାହାଣ୍ଡି,( ରଜନୀକାନ୍ତ ମହାପାତ୍ର): କଳାହାଣ୍ଡିଜିଲ୍ଲା ଲାଞ୍ଜିଗଡ ବ୍ଲକ ମାଳି ଯୁବାଙ୍ଗ ପଞ୍ଚାୟତ ସୁନା ଖଡିକା ଗାଁର ଡମେ ମାଝୀଙ୍କ ଘରେ ନିଆଁ ଲାଗି ଯାଇଥିବା ଯୋଗୁଁ ତିନି ବଖରା ଘର ସମ୍ପୁର୍ଣ୍ଣ ଭାବେ ପୋଡି ନଷ୍ଟ ହୋଇଯାଇଛି | ବିଜେପୁର ଥାନା ଅନ୍ତର୍ଗତ ମାଳି ଯୁବାଙ୍ଗ ପଞ୍ଚାୟତର ସୁନାଖଡିକା ଗାଁରେ ଶନିବାର ରାତିରେ ୧୨ ଘଣ୍ଟା ସମୟରେ ଡୁମେ ମାଝୀଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା ଘରେ ଶୋଇଥିବା ସ୍ତ୍ରୀ ବିକମଣି ମାଝୀ ଓ ସାତ ମାସର ଶିଶୁଙ୍କୁ ଧରି ଘରୁ ବାହାରି ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହା ପରେ ଗାଁ ଲୋକେ ଆସି ନିଆଁକୁ ଆୟତ୍ତ କରିଥିଲେ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳକୁ ଯାଇ ବଳକା ଥିବା କିଛି ନିଆଁକୁ ଲିଭାଇ ଥିଲେ ଆଜି ଲାଞ୍ଜିଗଡ଼ ତହସିଲଦାର ଶ୍ରୀ ହୁନ୍ନାଙ୍ଗା ଗାଁକୁ ଯାଇ ପୋଡି ଯାଇଥିବା ଘରକୁ ତଦନ୍ତ କରିଥିଲେ ଓ ପରିବାର ଲୋକଙ୍କୁ ଭେଟି ପଲିଥିନ ଦେଇ ପ୍ରଶାସନ ପକ୍ଷରୁ ଯାହା ସୁବିଧା ଅଛି ତାଙ୍କୁ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ