ନିଆରା ଢଙ୍ଗରେ ଘୁମୁସର ଜିଲ୍ଲା ଦାବି ଉପସ୍ଥାପନା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ଗ୍ରାମରେ ଚଳିତ ବର୍ଷ ମା ଲକ୍ଷ୍ମୀ ଙ୍କ ପୂଜା ଧୁମ ଧାମ ରେ ପାଳନ ହେଉଥିବା ବେଳେ ଘୁମୁସର ଜିଲ୍ଲା ଦାବି କରିଥିବା ଘୁମୁସର ବାହିନୀ କର୍ମକର୍ତ୍ତାଙ୍କ ଦ୍ୱାରା ଘୁମୁସର ଜିଲ୍ଲା ଦାବି ଏକ ଭିନ୍ନ ଧରଣର ଉପସ୍ଥାପନ କରିଛନ୍ତି ଗା ମୁହଁରେ ଏକ ସେଲ୍ଫି ଜୋନ ତିଆରି କରାଯାଇଛି ସେଥିରେ ମୁ ଘୁମୁସରିଆ ଫ୍ଲେକ୍ସ ଆଗରେ ଫୋଟ ଉଠାଇ ନିଜକୁ ଘୁମୁସର ବାସୀ ବୋଲି ଗର୍ବ ଅନୁଭବ କରିଛନ୍ତି।ଗତ ଦିନ ମାନଙ୍କରେ ଘୁମୁସର ବାହିନୀ ଭିନ୍ନ ଭିନ୍ନ ପ୍ରକାରେ ନିଜର ଆନ୍ଦୋଳନ ଜାରି ରଖିଛି।ବାଉଁଶଲୁଣ୍ଡି ଗ୍ରାମରୁ ଜିଲ୍ଲା ଆନ୍ଦୋଳନ ଆରମ୍ଭ ହୋଇଥିଲା ଓ ତାହାର ସମସ୍ତ ତଥ୍ୟ ସହ ଫୋଟ ଚିତ୍ର ସ୍ଥାନ ପାଇଛି।ଘୁମୁସର ଅଂଚଲର ଐତିହ କୁ ଫୋଟ ଚିତ୍ର ଦ୍ୱାରା ସୁନ୍ଦର ଭାବେ ସଜା ଯାଇଥିବାରୁ ଛୋଟ ବଡ ଶିଶୁ, ମହିଳା ପୁରୁଷ ମାନେ ଘୁମୁସର ଜିଲ୍ଲା ଦାବି ଜଣାଇବା ସହ ସେଲ୍ଫି ଫୋଟ ଉଠଉଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ