ନିଆରା ଢଙ୍ଗରେ ରାକ୍ଷୀ ପାଳନ କରିଲେ ଯୁବକମାନେ
ଚୌଦ୍ଵାର, (ଦୀପକ କୁମାର ବେଉରା):ପବିତ୍ର ରାକ୍ଷୀପୂର୍ଣ୍ଣମୀ ଅବସରରେ ଜଗତପୁର ଅଞ୍ଚଳର ନୂଆ ସାହି ରେ ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିଲେ ଯୁବକମାନେ।ବିରୂପାକେଶ୍ୱର କ୍ଲବ୍ ର ଯୁବକ ମାନଙ୍କ ଦ୍ୱାରା ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରିଥିଲେ।ଏହି ଶିବିର ରେ ଗ୍ରାମ ର ୫୫ଜଣ ଚକ୍ଷୁ ପରୀକ୍ଷା ନିମନ୍ତେ ଆସି ଥିଲେ ଓ ୯ ଜଣ ମୋତିଆ ବିନ୍ଦୁ ଚିକିତ୍ସା ନିମନ୍ତେ ଚିହ୍ନଟ ହୋଇଥିଲେ। ଏହି ୯ଜଣ ଙ୍କୁ ଗୁରୁବାର ଦିନ ମେଲଭିନ ଜୋନସ୍ ଲାୟନସ୍ ଚକ୍ଷୁ ଚିକିତ୍ସାଳୟ ରେ ମାଗଣା ରେ ମୋତିଆବିନ୍ଦୁ ଅପରେସନ କରାଇବେ ବୋଲି ଆୟୋଜକ କହିଥିଲେ। ଏହି କାର୍ଯ୍ୟକ୍ରମ ରେ କଟକ – ଜଗତପୁର ଅଞ୍ଚଳର ଡେପୁଟି ମେୟର ଦମୟନ୍ତୀ ମାଝୀ ଶୁଭ ଉଦ୍ଘାଟନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିରୂପାକେଶ୍ୱର କ୍ଲବ୍ ର ସମସ୍ତ ଯୁବ ବର୍ଗ ଓ ସମସ୍ତ ସଦସ୍ୟ ଙ୍କ ସହିତ ଗ୍ରାମ ର ମୂରବୀ ଦିଲୀପ କୁମାର ଜେନା, ହୃଦାନନ୍ଦ ଜେନା, ନବ କିଶୋର ସ୍ୱାଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପ୍ତ କରିଥିଲେ।


