ନିଆରା ଢଙ୍ଗରେ ହୋଲି ପର୍ବ ପାଳନ
ନାଉଗାଁ: ଅଂଚଳରେ ହୋଲି ପର୍ବ ଶାନ୍ତିଶୃଙ୍ଖଳାରେ ଶୁକ୍ରବାର ଶେଷ ହୋଇଛି । ଏହି ଅବସରରେ ସ୍ୱେଛାସେବୀ ଅନୁଷ୍ଠାନ ‘ସୃଜନୀ’ ଓ ସୋସୋଆଲ ମିସନ ୱାଲର୍ଡର ମିଳିତ ଆନୁକୁଲ୍ୟରେ ଏକ ନିଆରା ଢଙ୍ଗରେ ନାଉଗାଁ ବ୍ଲକ ଅନ୍ତର୍ଗତ ଆଶ୍ରାସ୍ଥିତ ଜରା ଆଶ୍ରମରେ ହୋଲି ଉତ୍ସବ ପାଳନ କରାଯାଇଥିଲା । ଏଥିରେ ଉଭୟ ଅନୁଷ୍ଠାନର ସଦସ୍ୟ ମାନେ ଆଶ୍ରମର ଅନ୍ତେବାସୀଙ୍କୁ ଭେଟି ସେମାନଙ୍କ ସହିତ ଭାବ ଆଦାନ ପ୍ରଦାନ କରିବା ସହିତ ଅବୀର ଖେଳି ହୋଲି ପାଳନ କରିଥିଲେ । ଏଥିରେ ଅନୁଷ୍ଠାନର ସୃଜନୀର ଉପାଧ୍ୟକ୍ଷ ଅଭିମନ୍ୟୁ ସାହୁ,ସୋସୋଆଲ ମିସନ ୱାଲର୍ଡର କାର୍ଯ୍ୟ ନିର୍ବାହୀ ସଂପାଦକ ସର୍ବେଶ୍ୱର ମହାରଣା,ରଂଜିତ ଦାସ,ପ୍ରଦୋଷ ମହାନ୍ତି,ତପନ ବେହେରାଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।