ନିଆରା ଭାବେ ନିଜ ଝିଅର ଜନ୍ମ ଦିବସ ପାଳନ କଲେ ଯୁବ ଇଞ୍ଜିନିୟର ରୁପେଶ ପାଣିଗ୍ରାହୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଆଜିକାର ଯୁଗରେ ଭଲ ନେତା ମିଳିବା କଷ୍ଟକର। ସ୍ବାର୍ଥ ସାଧନରେ ସମସ୍ତ ନେତା ବ୍ୟସ୍ତ ଥିବା ବେଳେ ସମାଜ ର ଅବହେଳିତ ଜନତା ଙ୍କ ପାଇଁ ଚିନ୍ତା କରୁଥିବା ନେତା ବିରଳ। କିନ୍ତୁ ନିଜ ଝିଅ ପାହି ର ଜନ୍ମ ଦିବସ ଅନାଥ ଶିଶୁ ଆଶ୍ରମ, ବିଧବା ଓ ବିପତ୍ନିକ୍ ମାନଙ୍କ ସହ ପାଳନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଗଜପତି ଜିଲ୍ଲା ବିଜେଡି ଯୁବ ନେତା ତଥା ସମାଜସେବୀ ଇଞ୍ଜିନିୟର ରୁପେଶ ପାଣିଗ୍ରାହୀ। ସେ ପାରଳାଖେମୁଣ୍ଡି ନବ ଜୀବନ ଆଶ୍ରମ ଓ ଗୁମ୍ମା ଶାଲୋମ କଟେଜ ର ଅନାଥ ଶିଶୁ , ଗୁମ୍ମା ଅଞ୍ଚଳର ଶତାଧିକ ବିଧବା ମହିଳା ତଥା ବିପତ୍ନୀକ ଙ୍କ ସହ ନିଜ ସାନ ଝିଅ ର ଜନ୍ମ ପାଳନ କରିବା ସହ ସେମାନଙ୍କୁ ବଡଦିନ ଓ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ସେ ସେମାନଙ୍କୁ ଶାଢ଼ୀ, କମ୍ବଳ, ଉପହାର ସାମଗ୍ରୀ ପ୍ରଦାନ କରି ନିଜର ଖୁସି ବାଣ୍ଟିଥିଲେ, ତତ୍ପରେ ସେ ସେମାନଙ୍କ ସହ ମଧ୍ୟାହ୍ନ ଭୋଜନରେ ସାମିଲ ହୋ।ଅ ଞ୍ଚଳର ବୁଦ୍ଧିଜୀବୀ ମହଲରେ ଏହି କାର୍ଯ୍ୟକ୍ରମ ପାଇଁ ପ୍ରଶଂସାର କାରଣ ପାଲଟିଛି। ଆଗରୁ ମଧ୍ୟ ଶ୍ରୀ ପାଣଗ୍ରାହୀ ଏପରି ଅନେକ ସାମାଜିକ ସେବା କାର୍ଯ୍ୟକ୍ରମ ଚଳାଇ ଆସୁଛନ୍ତି। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ପାଣଗ୍ରାହୀଙ୍କ ସହ ତାଙ୍କ ପରିବାରର ସଦସ୍ୟ ସଦସ୍ୟା ହାଇଟେକ ଗ୍ରୁପ ନିର୍ଦେଶିକା ମଧୁସ୍ମିତା ପାଣିଗ୍ରାହୀ, ହାଇଟେକ ଗ୍ରୁପ ନିର୍ଦେଶିକା ସାବିତ୍ରୀ ପାଣିଗ୍ରାହୀ ,ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ, ଯୁବ ସଭାପତି ନୀରୋଜ ଷଡ଼ଙ୍ଗୀ , ପାରଳା ପୌରାପରିଷଦ ସଭ୍ୟ ପି ଉମା, ଦିପୁ ପଟନାୟକ ଓ ଗୁମ୍ମା ବ୍ଲକ ଯୁବ କାର୍ଯ୍ୟକର୍ତ୍ତା ଗଣ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ