ନିଆରା ମଣିଷପଣିଆ : ପକ୍ଷୀ ଶାବକକୁ ବଞ୍ଚାଇଲେ ଯୁବକ

ଦେଶରେ ଏବେ ଚାରିଆଡ଼େ ଘଟୁଥିବା ଅପରାଧକୁ ଦେଖିବା ପରେ ସମାଜରୁ ମାନବିକତା ମରିବାରେ ଲାଗିଛି ବାଲି ମନେ ହୋଇଥାଏ । କିନ୍ତୁ ସେଥି ମଧ୍ୟରେ କିଛି ଲୋକ ଏଭଳି କିଛି କାମ କରିଯାଇଥାନ୍ତି, ଯାହା ପୁଣି ଥରେ ମାନବିକତା ସମାଜରେ ବଞ୍ଚିରହିଛି ବୋଲି ମନରେ ବିଶ୍ୱାସ ଜନ୍ମାଇଥାଏ । କିଛି ସେଭଳି ଘଟଣା ଆମେରିକାରେ ଘଟିଛି, ଯାହା ମାନବିକତାର ଏକ ବଡ଼ ଉଦାହରଣ ସୃଷ୍ଟି କରିଛି ।
ସୂଚନା ମୁତାବକ, ଟିମ୍ କ୍ରୋଉଲି ନିଜ ବନ୍ଧୁମାନଙ୍କ ସହ ମଦ ପିଇ ପାର୍ଟି କରିବା ସହ ସମସ୍ତେ ବାହାରେ ଆସି ବସିିଥିଲେ । ହଠାତ ସେହି ସମୟରେ ଏକ ଛୋଟ ପକ୍ଷୀ ଆକାଶରୁ ଆସି ତଳେ ପଡ଼ିଥିଲା । ଟିମ୍ ଏବଂ ତାଙ୍କର ବନ୍ଧୁମାନେ ପକ୍ଷୀ ପାଖକୁ ଯିବା ପରେ ତା’ ଶରୀରରେ ଗଭୀର ଆଘାତ ଲାଗିଥିବା ଦେଖାଯାଇଥିଲା । ପକ୍ଷୀର ଅବସ୍ଥା ଦେଖି ଟିମ୍ ପ୍ରାଣୀ ଚିକିତ୍ସାଳୟକୁ ଫୋନ କରିଥିଲେ । ଯାହା ପରେ ଡାକ୍ତର ପକ୍ଷୀକୁ ପ୍ରାଣୀ ଚିକିତ୍ସାଳୟ ଆଣିବା ପାଇଁ କହିଥିଲେ । ଟିମ୍ ତୁରନ୍ତ ପକ୍ଷୀକୁ ଧରି ପ୍ରାଣୀ ଚିକିତ୍ସାଳୟ ଯିବାକୁ ଚିନ୍ତା କରୁଥିବାବେଳେ ସେ ନିଶାଗ୍ରସ୍ତ ଥିବା କଥା ତାଙ୍କର ମନେପଡ଼ିଥିଲା । ଗାଡ଼ି ଚଳାଇବା ଅବସ୍ଥାରେ ନଥିବାରୁ ଟିମ୍ ଉବର ବୁକ୍ କରି ପକ୍ଷୀକୁ ପଠାଇବାକୁ ଚିନ୍ତା କରିଥିଲେ । କିନ୍ତୁ ପ୍ରଥମେ ଉବର ଚାଳକ ଜଣଙ୍କ ତାଙ୍କ ବୁକ୍ ରିକ୍ୟୁଏଷ୍ଟକୁ ରଦ୍ଦ କରି ଦେଇଥିଲେ । ଯାହା ପରେ ସେ ଦ୍ୱିିତୀୟ ଥର ଉବର ବୁକ୍ କରିବା ପାଇଁ ଚେଷ୍ଟା କରିବା ପରେ କ୍ରିଷ୍ଟି ନାମକ ଜଣେ ଯୁବକ ବୁକ୍ ରିକ୍ୟୁଏଷ୍ଟକୁ ଗ୍ରହଣ କରି ଟିମ୍ଙ୍କ ଘରେ ପହଞ୍ଚିଥିଲେ । ତୁରନ୍ତ ଉବର ଯୋଗେ ପକ୍ଷୀଟିକୁ ପ୍ରାଣୀ ଚିକିତ୍ସାଳୟ ନିଆଯିବାରୁ ଚିକିତ୍ସା ପରେ ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ