ନିଉ ଇଅର୍ସ ଇଭ୍

ଜର୍ଜିଆନ କାଲେଣ୍ଡରର ଶେଷ ଦିନ ୩୧ ଡିସେମ୍ବରକୁ ସାରା ବିଶ୍ୱରେ ‘ନିଉ ଇଅର୍ସ ଇଭ୍’ ଭାବେ ପାଳନ କରାଯାଏ । କିରସ୍ତାନ ଧାର୍ମିକ ପରମ୍ପରାରେ ଏହି ଦିନଟିକୁ ‘ସେଣ୍ଟ ସିଲଭେସଟର୍ସ ଡେ’ କୁହାଯାଏ । ବିଭିନ୍ନ ଦେଶରେ ଏହାର ନାମ ଭିନ୍ନ ଭିନ୍ନ । ଯଥା ‘ହଗ୍ମେନି’ (ସ୍କଟଲ୍ୟାଣ୍ଡ), ‘କାଲେନିଗ’ (ୱେଲସ), ‘ବାରୁ’ (ଇଣ୍ଡୋନେସିଆ, ମାଲେସିଆ, ସିଙ୍ଗାପୋର ଓ ବୁନେଇ), ସିଲେଭେସଟର (ଅଷ୍ଟ୍ରିଆ, କ୍ରୋଏସିଆ, ଚେକ୍ ରିପବ୍ଲିକ, ରସିଆ, ଜର୍ମାନି, ଫ୍ରାନ୍ସ, ଇଟାଲୀ, ସର୍ବିଆ, ପୋଲାଣ୍ଡ ଆଦି ଅଧିକାଂଶ ଇଉରୋପୀୟ ରାଷ୍ଟ୍ର) ‘ଓସିମୋକା (ଜାପାନ); ‘ରେଭିଲୋଁ (ବ୍ରାଜିଲ, ମାକାଉ, ମୋଜାମ୍ବିକ, ପର୍ତ୍ତୁଗାଲ, ଆଲଜେରିଆ, ଆଙ୍ଗୋଲା, ରୋମାନିଆ) । ସାରା ବିଶ୍ୱରେ ଏହା ମଉଜ ମଜଲିସର ଦିନ । ନିଉୟର୍କର ଟାଇମ ସ୍କ୍ୱେୟାରରେ ଏହି ଦିନ ରାତି ୧୧ ଘଣ୍ଟା ୫୯ ମିନିଟରେ ‘ଟାଇମ୍ ବଲ୍ ଡ୍ରପ୍’ ଉତ୍ସବ ଅନୁଷ୍ଠିତ ହୁଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ