ଭିତ୍ତିଭୂମିର ବିକାଶ ପାଇଁ ସରକାରଙ୍କ ବଡ ଘୋଷଣା

ନୂଆଦିଲ୍ଲୀ – ବିଗୁଳୁଥୁବା ଅର୍ଥନୀତିକୁ ସବଳକରିବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଧୀମାରେ ଚାଲୁଥିବା ଭାରତୀୟ ଅର୍ଥନୀତିକୁ ପୁଣି ଥରେ ସୁଧାରିବାକୁ ଆଉ ଏକ ବଡ଼ ଘୋଷଣା କରିଛନ୍ତି ମୋଦୀ ସରକାର । ଭିତ୍ତିଭୂମି କ୍ଷେତ୍ରର ବିକାଶ ପାଇଁ ସରକାର ଆଗାମୀ ୫ ବର୍ଷରେ ପ୍ରାୟ ୧୦୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ‘ଜାତୀୟ ଭିତ୍ତିଭୂମି ପାଇପଲାଇନ(ଏନଆଇପି)’ ଘୋଷଣା କରିଛନ୍ତି । ଏ ସଂପର୍କରେ ସୂଚନାଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ଅନୁସାରେ ଭିତ୍ତିଭୂମି କ୍ଷେତ୍ରର ବିକାଶ ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି । ଏହି ଟାସ୍କଫୋର୍ସ ଆସନ୍ତା ୫ ବର୍ଷରେ ପ୍ରାୟ ୧୦୨ ଲକ୍ଷ କୋଟି ବ୍ୟୟ ପାଇଁ ପ୍ରକଳ୍ପ ଚିହ୍ନଟ ଓ ଯୋଜନା ପ୍ରସ୍ତୁତ କରିବ । ୧୦୨ ଲକ୍ଷ କୋଟି ବ୍ୟୟ ମାଧ୍ୟମରେ ଭାରତ ୨୦୨୫ ସୁଦ୍ଧା ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ