ନିକିରାଇ ମହାବୀର ନୋଡାଲ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧକେନ୍ଦ୍ର ପରିଦର୍ଶନକଲେ ପୂର୍ବତନ ବିଧାୟକ କିଶୋର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ପଂଚାୟତର ମହାବୀର ନୋଡାଲ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ପରିଦର୍ଶନରେ ଯାଇ ସଙ୍ଗରୋଧ କେନ୍ଦ୍ରର ଗେଟ ବାହାରେ ସାମାଜିକ ଦ୍ୱରତ୍ୱରେ ଠିଆହୋଇ ସେଠାରେ ରହୁଥିବା ପ୍ରବାସୀମାନଙ୍କ ସହିତ କଥାବାର୍ତ୍ତା ହୋଇ ସେମାନଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । କୋଭିଡ-୧୯ ନିୟମ ଅନୁଯାଇ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରତ୍ୟେକ ପ୍ରବାସୀ ସାମାଜିକ ଦ୍ୱରତ୍ୱ ରକ୍ଷା କରିବା,ମୁହଁରେ ମାସ୍କ ପିନ୍ଧିବା ପାଇଁ ଶ୍ରୀ ତରାଇ ପରାମର୍ଶ ଦେଇଥିଲେ । ନିକିରାଇ ପଂଚାୟତର ସରପଂଚ ସନତ କୁମାର ଜେନାଙ୍କୁ ପ୍ରବାସୀମାନଙ୍କ ଖବର ଠିକ ଭାବରେ ବୁଝାଶୁଝା କରିବା,ଠିକ ସମୟରେ ଖାଇବାକୁ ଦେବା,ସଙ୍ଗରୋଧ କେନ୍ଦ୍ରକୁ ସଫାସୁତରା ରଖିବା ପ୍ରଭୃତି ସମ୍ପର୍କରେ ପରାମର୍ଶ ଦେଇଥିଲେ । ପୂର୍ବତନ ବିଧାୟକ ଶ୍ରୀ ତରାଇଙ୍କ ସହିତ ନିକିରାଇ ସରପଂଚ ଶ୍ରୀ ଜେନା, ପୂର୍ବତନ ସରପଂଚ ସରୋଜକାନ୍ତ ପଣ୍ଡା, ସମାଜସେବୀ ବାସୁଦେବ ଜେନା, ପ୍ରେମାନନ୍ଦ ସାମଲ, ଘାଘରାର ବଳରାମ ପରିଡା, ଚାରିଗାଁର ବିନୋଦ ବେଉରିଆ, ମୋହନ ଚରଣ ମଳିକ, କେଶବ ପତି, ମିଟୁ ମଳିକ, ଗିରୀଶ ମଳିକ, କୃଷକ ବିଜେଡି ଜିଲ୍ଲା ସଭାପତି ସୈାମେନ୍ଦ୍ର କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


