ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ, ବାଲେଶ୍ଵର ଜିଲ୍ଲା ଶାଖା ପକ୍ଷରୁ ଦୁଇ ଦଫା ଦାବି କରି କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି।ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀର ଶିକ୍ଷାଗତ ଯୋଗ୍ୟତା +୨ ରୁ+୩ କରିବା ସହିତ ଦରମା ହାର ଲେବୁଲ ୫ ରୁ ଲେବୁଳ ୯ କୁ ଧାର୍ଯ୍ୟ କରିବା, ନୂତନ ପଦବୀ ସୃଷ୍ଟି କରି ୧୦ ବର୍ଷ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ପଦୋନିତ ପ୍ରଦାନ ସହିତ GPDO ପଦବୀରେ ଶତପ୍ରତିଶତ ପଦୋନିତ ପ୍ରଦାନ କରିବା ଓ OPRS କେଡ଼ାର ରୁଲ ରେ ଅନ୍ତର୍ଭୁକ୍ତ କରିବା ଆଦି ଦୁଇ ଦଫା ଦାବି କରି ସଂଘ ଏହି ଗଣଧାରଣା ଦେଇଛି ବୋଲି ସଂଘର ଜିଲ୍ଲା ସାଧାରଣ ସମ୍ପାଦକ ବିକ୍ରମ କୁମାର ଜେନା ବକ୍ତବ୍ୟରେ ପ୍ରକାଶ କରିଥିଲେ।