ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ ର ଜିଲ୍ଲା ସ୍ଥରୀୟ ସମ୍ମିଳନୀ
କୁଚିଣ୍ଡା,(ଯୁଗାବ୍ଦ ନ୍ୟୁଜ୍): ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ ପକ୍ଷରୁ ରବିବାରକୁଚିଣ୍ଡା ମହାବିଦ୍ୟାଳୟ ଠାରେ ସମ୍ବଲପୁର ଜିଲ୍ଲା ସ୍ଥରୀୟ ସାଂଗଠନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଡା. ବସନ୍ତ କୁମାର ଦାସ ସଭାପତିତ୍ୱ କରିଥିବା ବେଳେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ l ଏଥିରେ ରାଜ୍ୟର ସାଧାରଣ ସଂପାଦକ ରବି ରାୟ, ସଂଘ ର ରାଜ୍ୟ ଉପସଭାପତି ଡା. ସୁଦର୍ଶନ ପାଣିଗ୍ରାହୀ, ଯୁଗ୍ମ ସଂପାଦକ ଅଶ୍ୱିନୀ ସୂପାକାର, 662 କଲେଜ ଶିକ୍ଷକ ସଂଘ ର ଉପସଭାପତି ସୁବାସ ଚନ୍ଦ୍ର ନାୟକ, ପ୍ରଣୟ ତ୍ରିପାଠୀ ଏବଂ ପୂର୍ଣ୍ଣ ଚନ୍ଦ୍ର ସେଠ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ l ଏଥିରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l