ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଏକ ୧୪ଦଫା ସମ୍ବଳିତ ଦାବିପତ୍ର ଶୁକ୍ରବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଦାନ କରାଯାଇଛି । ଏହି ଦାବି ଗୁଡିକ ମଧ୍ୟରେ ସରକାର ଘୋଷଣା କରିଥିବା ଆଶାମାନଙ୍କ ମାସିକ ବର୍ଦ୍ଧିତ ୮ହଜାର ଟଙ୍କା ତୁରନ୍ତ ପ୍ରଦାନ କରିବା,ଆଶାକର୍ମୀମାନଙ୍କୁ ପ୍ରଦାନ କରାଯାଉଥିବା ମାସିକ ପ୍ରୋତ୍ସାହନରାଶି କେଉଁ ବାବଦରେ କେତେ ଟଙ୍କା ପ୍ରଦାନ କରାଯାଉଛି ତାହା ଜଣାଇଦିଆଯିବା,ଆଶାଗୃହ ମରାମତି ସହିତ ସମସ୍ତ ଆନୁସଙ୍ଗିକ ସୁବିଧା ପ୍ରଦାନ,ଆଶାକର୍ମୀମାନଙ୍କୁ ଏ.ଏନ.ଏମ. ଓ ଜି.ଏନ.ଏମ. ପଦକୁ ପଦୋନ୍ନତି ପ୍ରଦାନ,ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତାକୁ ଭିତ୍ତିକରି ପଦୋନ୍ନତି ପ୍ରଦାନ,ଆଶାକର୍ମୀ ରେଜିଷ୍ଟର ପ୍ରଦାନ,ପ୍ରତ୍ୟେକମାସର ୧୦ତାରିଖ ମଧ୍ୟରେ ଆଶାକର୍ମୀଙ୍କ ପ୍ରାପ୍ୟ ପ୍ରଦାନ,ପ୍ରଧାନମନ୍ତ୍ରୀ ପେନସନ ଯୋଜନାରେ ସମସ୍ତ ଆଶାକର୍ମୀଙ୍କୁ ସାମିଲ କରାଯିବା,ଆଶାକର୍ମୀମାନଙ୍କୁ ମୋବାଇଲ ପ୍ରଦାନ ପ୍ରଭୃତି ଦାବିରହିଛି । କାନ୍ତିପ୍ରଭା ନାୟକ,ନନ୍ଦିନି ସ୍ୱାଇଁ,ସଶ୍ମିତା ବାରିକ,ବନ୍ଦନା ମଲ୍ଲିକ,ମମତା ନାୟକ,ରଶ୍ମିରେଖା ପୃଷ୍ଟି ଓ ଭଗବତୀ ନାୟକ ପ୍ରମୁଖ ଶତାଧିକ ଆଶାକର୍ମୀମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।