ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କା ଦାନ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):କରୋନା ମହାମାରୀର ମୁକାବିଲା ନିମନ୍ତେ ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର୧୦ଟଙ୍କା ଦାନ କରାଯାଇଛି । ଏଭଳି ଦୁର୍ଦ୍ଦିନ ସମୟରେ ନିଜ ପରିବାରର ପ୍ରତିପୋଷଣ ପାଇଁ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ନିଜର ଗୋଟିଏ ଦିନର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ଜିଲ୍ଲାର ପ୍ରତ୍ୟେକ ଆଶାକର୍ମୀ । ସେମାନଙ୍କ ଦୁଃଖକୁ ବିଚାରକରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଗୁଆ ୪ମାସର ଦରମା ପ୍ରଦାନ କରିବାକୁ ନିବେଦନ କରିଛନ୍ତି । ଆଶାକର୍ମୀ ସଙ୍ଘର କର୍ମକର୍ତ୍ତାମାନେ ଆଜି ଆଇନଜୀବି ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ୧୦ହଜାର ୧୦ଟଙ୍କାର ଡ୍ରାଫ୍ଟ ପ୍ରଦାନ କରିଥିଲେ । ସଙ୍ଘର ସଭାପତି ବିକାଶ ଚନ୍ଦ୍ର ବେଉରା, ସମ୍ପାଦିକା କାନ୍ତିପ୍ରଭା ନାୟକ, ଭଗବତୀ ନାୟକ, ଦୈା୍ରପଦୀ ସ୍ୱାଇଁ, କବିତା ନାୟକ, ବନ୍ଦନା ମଲ୍ଲିକ, କୈାଶଲ୍ୟା ମଲ୍ଲିକ, ଉଷାରାଣୀ ପାତ୍ର, ନିର୍ମଳା ନାୟକ, ଅନ୍ନପୂର୍ଣ୍ଣା ଦାସ, ନମିତା ଦାସ, ସବିତା ପଟ୍ଟନାୟକ, ବୈଜୟନ୍ତୀ ବେହେରା, ରଞ୍ଜୁଲତା ବେହେରା, ରଶ୍ମିରେଖା ପରିଡା, ମନୋରମା ଜେନା, ମଞ୍ଜୁ ମାନ୍ନା, ମନୋରମା ନାଥ, ସୁଷମା ଆଚାର୍ଯ୍ୟ, ମିତାଞ୍ଜଳି ସେଠୀ, ପ୍ରେମଲତା ରାଏ, ନୟନା ନନ୍ଦୀ, ଶାନ୍ତିଲତା ସାହୁ, ସୁମିତ୍ରା ଜେନା, ଏ.ଆଇ.ଟି.ୟୁ.ସି. ନେତା ଭଜହରି ପ୍ରଧାନ, ଅକ୍ଷୟ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ