ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ, ତୁରନ୍ତ ପାରିଶ୍ରମିକ ବୃଦ୍ଧି ନକଲେ ଆନ୍ଦୋଳନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟିର ଏକ ବୈଠକ ଜିଲ୍ଲା ସଭାପତି ସାଥି ସୋହନା ବେଗମଙ୍କ ସଭାପତିତ୍ୱରେ ଗୋପସ୍ଥିତ ସଙ୍ଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଉପସଭାପତି ସାଥି ଦମୟନ୍ତୀ ସାମଲ ବିବରଣୀ ଉପସ୍ଥାପନ କରିଥିଲେ । ପାଚିକାମାନଙ୍କ ଦରମା ମାସିକ ମାତ୍ର ୧୪ଶହ ଟଙ୍କା ଆଜିର ମହରଗ ଦୁନିଆରେ ଯେଉଁଭଳି ଦର ବୃଦ୍ଧି ହୋଇ ଚାଲିଛି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ । କେନ୍ଦ୍ର ବା ରାଜ୍ୟ ସରକାର ପାଚିକାମାନଙ୍କ ଦୁଃଖ ବୁଝୁ ନାହାନ୍ତି । ତେଣୁ ତୁରନ୍ତ ପାଚିକା ଓ ସହାୟିକାମାନଙ୍କ ପାରିଶ୍ରମିକ ବୃଦ୍ଧି କରାଯିବା ସହ ସେମାନଙ୍କୁ ଛୁଟି ପ୍ରଦାନ, ପେନସନ ପ୍ରଦାନ, ୧୨ମାସର ଦରମା ପ୍ରଦାନ ଦାବିରେ ଆସନ୍ତା ୧୬ତାରିଖରେ ଏକ ଦାବିପତ୍ର ପ୍ରଦାନ କରାଯିବ । ଏଥିସହିତ ଆସନ୍ତା ଅଗଷ୍ଟମାସ ୩୦ତାରିଖରେ ସମସ୍ତ ପାଚିକା ଓ ସହାୟିକାମାନେ ସ୍କୁଲ ରୋଷେଇ ବନ୍ଦ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯିବାକୁ ଚେତାବନୀ ଦିଆଯାଇଛି । ଏହି ବୈଠକରେ ଏଆଇଟିୟୁସି ନେତା ରମଣୀରଞ୍ଜନ ରାଉତରାୟ, ମହାକାଳପଡା ବ୍ଲକ ସଭାପତି ଶ୍ରାବଣୀ ପ୍ରଧାନ, ସମ୍ପାଦିକା ବିଥିକା ସରକାର, ଆରତୀ ରାଏ, କୁକୁମଣୀ ରାୟ, ପଟ୍ଟାମୁଣ୍ଡାଇ ସମ୍ପାଦକ ହେମଲତା ପ୍ରଧାନ, ଅଜୟ ମଳିକ, ସଞ୍ଜୟ କୁମାର ବସନ୍ତରା, ଡେରାବିଶ ସମ୍ପାଦିକା ଅନିତା ନାୟକ, ରାଜନଗର ସମ୍ପାଦିକା ଲକ୍ଷ୍ମୀପ୍ରିୟା ମଣ୍ଡଳ, ଆଳି ବ୍ଲକର ଜ୍ୟୋସ୍ôନାରାଣୀ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ