ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ପତ୍ତ୍ି : ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବ

ଭୁବନେଶ୍ୱର : ସଂଘ ତରଫରୁ ସର୍ବ ପ୍ରଥମେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କୁ ସାଧୁବାଦ । ସାରା ଭାରତରେ •ଞ୍ଚଲ୍ୟ ସୃଷ୍ଟି କରିଛନ୍ତି ମହିଳା ମାନଙ୍କୁ ସଶକ୍ତିକରଣ କରିବାରେ । ତାଙ୍କୁ ନେଇ ସାର ଭାରତ ବର୍ଷ ଆଜି ଗର୍ବିତ । କିନ୍ତୁ ଓଡ଼ିଶାରେ ମହିଳାମାନଙ୍କୁ ସଶକ୍ତିକରଣ କରିବାରେ ସେ ହେଉଛନ୍ତି ଜିରୋ । ରାଜ୍ୟରେ ୨୦୦୬ରୁ ୨୦୧୮ ପର୍ଯ୍ୟନ୍ତ ୧୭ ହଜାରରୁ ଉଦ୍ଧ୍ୱର୍ ଅଣନିଯୁକ୍ତି ମହିଳା ସ୍ୱାସ୍ଥ୍ୟକର୍ମୀମାନେ ନିଜର ଅଧ୍ୟୟନ ଶେଷ କରି ରାଜ୍ୟ ସରକାରଙ୍କର ଦ୍ୱାରସ୍ଥ ହେଲା ପରେ ବି ସରକାର ସେମାନଙ୍କର କିଛି ଗୁହାରି ଶୁଣିଲେ ନାହିଁ । ସରକାରଙ୍କ ଥିବା ଉଚ୍ଚପଦସ୍ଥ ଅଫିସରମାନେ ନିଜର ଅହଂଭାବକୁ ସାବ୍ୟସ୍ତ କରିବାକୁ ଯାଇ ଆଜି ୧୭ ହଜାର ମହିଳା ସ୍ୱାସ୍ଥ୍ୟକର୍ମୀ ରାଜରାସ୍ତାରେ । ବାରମ୍ବାର ବିକ୍ଷୋଭ ଓ ଧାରଣ କରିବା ସତ୍ତେ୍ୱ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସଚିବଙ୍କ ପ୍ରତିଶ୍ରୁତି ପରେ କୌଣସି ସୁଫଳ ମିଳିନାହିଁ । ତେଣୁ ସଂଘର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ନିର୍ବାଚନ ବର୍ଜନ ସହ ବିଜେଡ଼ି ସଭାପତି ଲଢୁଥିବା ଦୁଇ ଆସନ ହିଞ୍ଜିଳିକାଟୁ ଓ ବିଜେପୁର ନିର୍ବାଚନ ମଣ୍ଡଳୀରେ ଘରେ ଘରେ ବୁଲି ସରକାରଙ୍କର ଅପାରଗତା ବଖାଣିବେ । ତେଣୁ ସାରା ରାଜ୍ୟବାସୀଙ୍କୁ ଅନୁରୋଧ, ରାଜ୍ୟର ମହିଳା ଭୋଟକୁ ଆପଣାଇବା ପାଇଁ ଏହା ହେଉଛି ବିଜେଡ଼ିର ଏକ •ଲ୍ । ତାଙ୍କ ଦଳ ପାଇଁ କାମ କରୁଥିବା ମହିଳାମାନଙ୍କୁ ଥଇଥାନ କରିବା ପାଇଁ ଏହା ହେଉଛି ଏକ ପରିକଳ୍ପିତ ଯୋଜନା । ମହିଳା ସଶକ୍ତିକରଣ ନାମରେ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବା ବ୍ୟତୀତ ଆଉ କିଛି ନୁହେଁ ବୋଲି ସଂଘ ଦାବି କରିଛି । ବିଜେଡ଼ି ଆଖିଆଗରେ ୧୭ ହଜାର ବିଦ୍ୟାର୍ଥୀ ହେଲେ ଆମ ନଜରରେ ଆମ ପରିବାର ସହ ୭୨ ହଜାର ବୋଲି ଆମେ ପରିକଳ୍ପନା କରୁଛୁ । ଯଦି ମାନ୍ୟବର ବିଜେଡ଼ି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଦୁଇଦିନ ଭିତରେ ସଂଘ ସହ ଆଲୋଚନା ନକରନ୍ତି, ତେବେ ବାଧ୍ୟ ହୋଇ ସଂଘ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବା ସହ ବିଜେଡ଼ି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ବିରୋଧରେ ଅପାରଗତା ପ୍ର•ର କରାଯିବ ବୋଲି ସଂଘ ନିଷ୍ପତ୍ତିି ଗ୍ରହଣ କରିଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପାର୍ଥସାରଥୀ ଜେନା, ଛବିତାରାଣି ପ୍ରଧାନ, ମମତା ସାହୁ, ଦମୟନ୍ତି ଆ•ର୍ଯ୍ୟ, କବିତା ସାହୁ, ଶିଖା ଚନ୍ଦ୍ରିକା ସିଂ, ରଜନୀଗନ୍ଧା ମହାନ୍ତି, ଦୀପସ୍ମିତା ବେହେରା, ବୃନ୍ଦାବତୀ ବେହେରା, ମାନସୀ ସିଂହାଳ ପ୍ରମୁଖ ଓ ସବୁ ଜିଲ୍ଲାର ସଭାପତି ଓ ସମ୍ପାଦକମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ