ନିଖିଳ ଓଡ଼ିଶା ଟ୍ରେଜେରୀ ଅମଲା ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର, : ନିଖିଳ ଓଡ଼ିଶା ଟ୍ରେଜେରୀ ଅମଲା ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସ୍ଥାୟୀ ସଭାପତି ଶ୍ରୀ ସମର ରଞ୍ଜନ କାନୁନ୍ଗୋଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାର ଉଦ୍ଦେଶ୍ୟ ଓ ଆଲୋଚ୍ୟ ବିଷୟ ସମ୍ପର୍କରେ ସୂଚନା ଦେଇ ସାଧାରଣ ସମ୍ପାଦକ ଶ୍ରୀ ଶୁଭେନ୍ଦୁ କୁମାର ରାଉତରାୟ ଟ୍ରେଜେରୀ କର୍ମଚାରୀମାନେ ଦଶନ୍ଧି ଦଶନ୍ଧି ଧରି ଯେଭଳି ଅବହେଳାର ଶିକାର ହୋଇଛନ୍ତି ତାହାର ବିଷଦ ବିବରଣୀ ପ୍ରଦାନ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ପ୍ରତିନିଧିବୃନ୍ଦ ସେମାନଙ୍କର ଜରୁରୀ ଦାବି ମଧ୍ୟରେ ସଂଶୋଧିତ ଭାବେ କ୍ୟାଡ଼ର ପୁର୍ନଗଠନ, ଅଡ଼ିଟର ପଦବୀ ପାଇଁ ଟ୍ରେଜେରୀ କର୍ମଚାରୀଙ୍କୁ ପୂର୍ବଭଳି ଶହେ ଶତାଂଶ ପ୍ରଦାନ, ମହିଳା କର୍ମଚାରୀଙ୍କ ନିମନ୍ତେ ପ୍ରତିକ୍ଷାଳୟର ବନ୍ଦୋବସ୍ତ, କମ୍ପ୍ୟୁଟର ଜ୍ଞାନକୌଶଳ ପାଇଁ ଜିଲ୍ଲା କୋଷାଗାରସ୍ତରରେ ଟେନ୍ରିଂ ପ୍ରଦାନ, ଆଞ୍ଚଳିକ ଭିତ୍ତିରେ ସମ୍ବଲପୁର, ବାଲେଶ୍ୱର ଓ ବ୍ରହ୍ମପୁରଠାରେ ଷ୍ଟାମ୍ପ ଭଣ୍ଡାର ପ୍ରତିଷ୍ଠା, ଖାଲି ପଡ଼ିଥିବା ପଦବୀରେ ତୁରନ୍ତ ପୁରଣରେ କର୍ତ୍ତୃପକ୍ଷ କାଳକ୍ଷେପଣ ନୀତି ନିଭାଉଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ବାର୍ଷିକ ବଜେଟ ଗୃହିତ ହେବା ସହ ବିଭିନ୍ନ ଜିଲ୍ଲା କମିଟିକୁ ସକ୍ରିୟ କରିବା ନିମନ୍ତେ ଆଲୋଚନାରେ ମତ ପ୍ରକାଶ ପାଇଥିଲା ।