ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର: ଗାଁ ଶ୍ମଶାନରୁ ମୃତଦେହ ଜବତ କଲା ପୁଲିସ୍, ତଦନ୍ତ ଅବ୍ୟାହତ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ନୁଆଁପଦର ପଞ୍ଚାୟତର ବିଲୁପଦର ଗ୍ରାମରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି। ଖବର ପ୍ରକାରେ, ବିଲୁପଦର ଗ୍ରାମର ୫୦ ବର୍ଷିୟ ଜଣେ ବ୍ୟକ୍ତି ଗତ ସୋମବାରଠାରୁ ନିଖୋଜ ହେବା ଓ ତିନିଦିନ ପରେ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ମୃତଦେହ ମିଳିବା ପରେ ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କ ଶବଦାହ ପାଇଁ ଗ୍ରାମ ଶ୍ମଶାନକୁ ନେବା ବେଳେ ଖବର ପାଇ ଫିରିଙ୍ଗିଆ ପୁଲିସ୍ ଶ୍ମଶାନରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି। ମୃତବ୍ୟକ୍ତି ଜଣକ ହେଳେ ବିଲୁପଦର ଗ୍ରାମର ଅନାଦି ମାଝୀ (୫୦) ବୋଲିଜଣାପଡିଛି। ଗତ ସୋମବାର ଦିନ ମୃତ ବୃଦ୍ଧ ଜଣକ ନିଜ ମଝିଆ ପୁଅ ସୁମନ୍ତ ମାଝି ସାଙ୍ଗରେ କୁଆଡେ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକ ଗ୍ରାମବାସୀଙ୍କ ସହଯୋଗରେ ବହୁଖୋଜା ଖୋଜି ପରେ ମଧ୍ୟ ଉଭୟଙ୍କୁ ପାଇନଥିଲେ। ତେବେ ଆଜି ଗ୍ରାମ ନିକଟ ଜଙ୍ଗଲରେ ଉକ୍ତ ବ୍ୟକ୍ତିଙ୍କ ଶବ ପଡ଼ିଥିବା ଖବର ଜାଣିବା ପରେ ଗ୍ରାମବାସୀ ମାନେ ସେଠାରେ ପହଞ୍ଚିଥିବା ଖବର ପାଇ ସେଠାରେ ପହଞ୍ଚିଥିଲେ। ତେବେ ଗ୍ରାମବାସୀ ମାନେ ଶବକୁ ଶ୍ମାଶନ କୁ ନେବା ବେଳେ ବାପା ସହିତ ନିଖୋଜ ହୋଇଥିବା ମଝିଆ ପୁଅ ସୁମନ୍ତ ମଧ୍ୟ ସେହି ସମୟରେ ପହଞ୍ଚିଥିବା ସମସ୍ତଙ୍କୁ ଚକିତ କରିଛି। ତେବେ ଜଙ୍ଗଲରୁ ଶବ ଉଦ୍ଧାର ପରେ କେତେକ ଏନେଇ ଫିରିଙ୍ଗିଆ ପୁଲିସ୍ କୁ ଖବର ଦେବା ପରେ ପୁଲିସ୍ ତୁରନ୍ତ ସେଠାରେ ପହଞ୍ଚି ଶବକୁ ଜବତ କରିଥିବାର ଜଣାଯାଇଛି। ପ୍ରାଥମିକ ସ୍ତରରେ ପୁଲିସ୍ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ ବାପା ସହିତ ନିଖୋଜ ଥିବା ମଝିଆ ପୁଅଙ୍କର ଆଜି ଆବିର୍ଭାବକୁ ନେଇ ଅନେକ ନାନା ପ୍ରକାର ସନ୍ଦେହ ମଧ୍ୟ କରିଛନ୍ତି। ତେବେ ଏନେଇ ଅଧିକ ତଦନ୍ତ ଚାଲିଥିବା ଥାନା ସୂତ୍ରରୁ ପ୍ରକାଶ। ବର୍ତ୍ତମାନ ସୁଦ୍ଧା ଏନେଇ ପରିବାର ପକ୍ଷରୁ ଥାନାରେ କୌଣସି ପ୍ରକାର ଏତଲା ଦିଆଯାଇନଥିବା ତଦନ୍ତ ଅଧିକାରୀ ପ୍ରଦୀପ କୁମାର ରାଉଳ ସୂଚନା ଦେଇଛନ୍ତି। ଫିରିଙ୍ଗିଆ ଥାନାରେ ୧୮/୨୦୨୦ ରେ ଏକ ମାମାଲା ରୁଜୁକରି ତଦନ୍ତ ଜାରି ରଖିଥିବା କହିଛନ୍ତି। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବବୋଲି ତଦନ୍ତ ଅଧିକାରୀ ପ୍ରକାଶ କରିଛନ୍ତି।