ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ବାଣିଜ୍ୟ ଓ ବିଜ୍ଞାନ ରେ ଶତ ପ୍ରତିଶତ ଉତ୍ତୀର୍ଣ୍ଣ

ନିମାପଡ଼ା, (ସନ୍ତୋଷ ଦାଶ):ପ୍ରକାଶ ପାଇଛି ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ପୁରୀ ଜିଲ୍ଲା ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ରେ ଶତ ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା କଲେଜ ପରିଚାଳନା କମିଟି ସଭାପତି ଡଃ. ସନ୍ତୋଷ ମିତ୍ର ସୂଚନା ଦେଇଛନ୍ତି। ଚଳିତ ବର୍ଷ ଉକ୍ତ ମହାବିଦ୍ୟାଳୟ ରେ ୧୫୫ ଜଣ ଛାତ୍ରୀ ବିଜ୍ଞାନ ରେ ପରୀକ୍ଷା ଦେଇଥିଲେ। ତାଙ୍କ ମଧ୍ୟରୁ ୬୦ ଜଣ ଫାଷ୍ଟ ଡିଭିଜନ,୭୫ ଜଣ ସେକେଣ୍ଡ ଡିଭିଜନ,୧୯ ଜଣ ଥାର୍ଡ ଡିଭିଜନ ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣେ ଛାତ୍ରୀ ପରୀକ୍ଷା ଦେଇ ନଥିଲେ। ସେହିପରି ବାଣିଜ୍ୟ ବିଭାଗ ରେ ସମୁଦାୟ ୨୦ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ।ସେମାନଙ୍କ ମଧ୍ୟରୁ ୭ ଜଣ ଫାଷ୍ଟ ଡିଭିଜନ,୭ ଜଣ ସେକେଣ୍ଡ ଡିଭିଜନ,୬ ଜଣ ଥାର୍ଡ ଡିଭିଜନ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟ ରେ ସୁନିତା ରାଉତ ସର୍ବାଧିକ ୪୬୬ ନମ୍ୱର ରଖି କଲେଜ ଟପର ହୋଇଥିବାବେଳେ ବିଜ୍ଞାନ ରେ ସ୍ମୃତିପ୍ରଜ୍ଞା ନାୟକ ସର୍ବାଧିକ ୫୨୩ ନମ୍ୱର ରଖି କଲେଜ ଟପର ହୋଇଛନ୍ତି। କଲେଜ ର ଶତ ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ରୁ କଲେଜ ର ଅଧ୍ୟକ୍ଷ ,ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ ଶ୍ରୀ ମିତ୍ର ଧନ୍ୟବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ