ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ରେ କଳାରେ ୨୮୯ ଉତ୍ତୀର୍ଣ୍ଣ
ନିମାପଡ଼ା, (ସନ୍ତୋଷ ଦାଶ):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଯୁକ୍ତ ଦୁଇ କଳା ଓ ଧନ୍ଦା ମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି ।ଏଥିରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ରେ କଳାରେ ୨୯୭ ଙ୍କ ମଧ୍ୟରୁ ୨୮୯ ଜଣ ଓ ଧନ୍ଦାମୂଳକ ଶିକ୍ଷା ରେ ୧୬ ରୁ ୧୫ ଜଣ ଉତ୍ତୀର୍ଣ୍ଣ ହୋଇଥିବା ପରିଚାଳନା କମିଟି ସଭାପତି ଡ଼ଃ. ସନ୍ତୋଷ କୁମାର ମିତ୍ର ପ୍ରକାଶ କରିଛନ୍ତି। ଯୁକ୍ତ ଦୁଇ କଳାରେ ପ୍ରଥମ ଶ୍ରେଣୀରେ ୪୨ ଜଣ ,ଦ୍ୱିତୀୟ ଶ୍ରେଣୀରେ ୫୫ ଜଣ ,ତୃତୀୟ ଶ୍ରେଣୀରେ ୧୯୨ ଜଣ ଉତ୍ତୀର୍ଣ୍ଣ ହୋଇବେଳେ ଲୋପାମୁଦ୍ରା ବାରିକ ୪୭୮ ମାର୍କ ରଖି କଲେଜ ର ଟପର ହୋଇ ଗୌରବ ଆଣିଛନ୍ତି।ସେହିପରି ଧନ୍ଦାମୂଳକ ରେ ସିପିଏମ ରେ ୭ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଦୁଇ ଜଣ ପ୍ରଥମ ଶ୍ରେଣୀରେ ,ଚାରି ଜଣ ଦ୍ୱିତୀୟ ଶ୍ରେଣୀରେ ,ଜଣେ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।ଏହି ପରୀକ୍ଷାରେ ନିତୁ ରାଣୀ ବିଶ୍ଵାଳ ସର୍ବାଧିକ ୪୮୨ ମାର୍କ ରଖିଛନ୍ତି ।ଧନ୍ଦାମୁଳକ ଟି ଟି ଟି ରେ ୯ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ଜଣେ ପ୍ରଥମ ଶ୍ରେଣୀରେ ,୫ ଜଣ ଦ୍ୱିତୀୟ ଶ୍ରେଣୀରେ ,ଦୁଇ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।ଏହି ପରୀକ୍ଷାରେ ରୁକ୍ ସାର୍ ବେଗମ୍ ସର୍ବାଧିକ ୪୧୫ ମାର୍କ ରଖିଛନ୍ତି ।