ନିଜାମୁଦିନ ରୁ ଫେରନ୍ତା ଯୁବକ ଯାଜପୁର ମୁଖ୍ୟଚିକିତ୍ସାଳୟ ରେ ଭର୍ତି,
ଯାଜପୁର : କରୋନା ର କରାଳଛାୟା ସାରା ବିଶ୍ୱ କୁ କବଳିତ କରିସାରିଛି, ଏଭଳି ଏକ ଘଡିସନ୍ଧି ମୁହୂର୍ତ ରେ ଦିଲ୍ଲୀ ନିଜାମୁଦିନ ଠାରେ ଧାର୍ମିକ ସମିଳନୀ କରି ଏକତ୍ରିତ ହୋଇଥିବା ମୁସଲମାନ ମାନଂକଠାରେ କରୋନା ସଂକ୍ରମଣ ଭୁତାଣୁ ଦେଖିବାକୁ ମିଳିଛି, ସେଠାରୁ ଯୋଗ ଦେଇ ଫେରିଥିବା ଲୋକମାନଙ୍କ ଭିତରେ ଯାଜପୁର ଜିଲ୍ଲା ର ଦୁଇଜଣ ଯୁବକ ଅଛନ୍ତି, ଏଥିଲାଗି ଜିଲ୍ଲାପ୍ରଶାସନ ତତ୍ପର ହୋଇଉଟିଛି, ଜଣେ ଯୁବକ ବ୍ରହ୍ମବରଦା ଅଂଚଳ ର ହୋଇଥିବା ବେଳେ, ଅନ୍ୟ ଜଣକ ବିଂଝାରପୁର ର ସାସଂଦ ଅଂଚଳର, ବ୍ରହ୍ମବରଦା ଅଂଚଳ ଯୁବକ ର କୌଣସି କରୋନା ର ଲକ୍ଷଣ ଦେଖାଯାଇ ନଥିବାବେଳେ, ତାକୁ ନିଜଘରେ ସଂଗରୋଧ କରି ରଖାଯାଇଛି, ବିଂଝାରପୁର ଯୁବକ କୁ ଥଣ୍ଡା ଜ୍ୱର ଆରମ୍ଭ ହୋଇଯାଇଥିବାରୁ, ତାକୁ ଓ ତାର ପରିବାର କୁ ଯାଜପୁରଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଆଇସୋଲସନରେ ରଖାଯାଇ, ସେହି ବ୍ୟକ୍ତି ର ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଛି, ତାକୁ ନେଇ ଯାଜପୁର ଜିଲ୍ଲା ରେ ଭୟର ବାତାବରଣ ସୃଷ୍ଟି ହୋଇଛି, ସେଥିପାଇଁ ଜିଲ୍ଲାପାଳ ଯାଜପୁର ସଂଲଗ୍ନ ସମସ୍ତ ରାସ୍ତାକୁ ସିଲ କରିଦିଆଯାଇଛି ବୋଲି ପ୍ରେସ ମିଟରେ କହିଛନ୍ତି, ଆଉରି ଲୋକଡାଉନ କଡାକଡି ହେବ ବୋଲି ସୂଚନା ଦେଇଛନ୍ତି