ନିଜାମୁଦ୍ଦିନ ମରକଜକୁ ଯାଇଥିଲେ ତେଲେଙ୍ଗାନାର୧୦୩୦ ସେମାନଙ୍କ ମଧ୍ୟରୁ କରୋନା ପଜିଟିଭ ୧୯୦
ହାଇଦ୍ରାବାଦ: କରୋନା ମହାମାରୀ ଯୋଗୁ ବର୍ତମାନ ପରିସ୍ଥତିତରେ ଦେଶ ବହୁ ସଂକଟରେ ଥିବା ବେଳେ ଏହାକୁ ଅଧିକ ଜଟିଳ ସ୍ଥିତିକୁ ନେଇଯାଇଛନ୍ତି ନିଜାମୁଦ୍ଦିନରୁ ଫେରିଥିବା ଯାତ୍ରୀ । ନିଜାମୁଦ୍ଦିନର ମରକଜକୁ ବିଭିନ୍ନ ରାଜ୍ୟରୁ ଯାଇଥିବା ବ୍ୟକ୍ତିମାନେ ଘର ବାହୁଡା ହେବାପରେ ସମ୍ପୃକ୍ତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଦେଖିବାକୁ ମଳିଛି। ଏହାର ସଦ୍ୟ ଉଦାହରଣ ଉତ୍ତରପ୍ରଦେଶ ଓ ତେଲେଙ୍ଗାନା ଭଳି ରାଜ୍ୟ ଅଟେ। କେବଳ ତେଲେଙ୍ଗାନାରୁ ନିଜାମୁଦ୍ଦିନ ମରକଜ ଜମାତକୁ ୧୦୩୦ ଜଣ ମୁସଲମାନ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୯୦ ଜଣଙ୍କ କରୋନା ପଜିଟିଭି ଚିହ୍ନଟ ହୋଇଥିବା ଜଣାପଡିଛି । ସେମାଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଆହୁରି ୫୦୦ ଜଣଙ୍କ ରିପୋର୍ଟ ଆସି ନ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି । ସେହିପରି ଉତ୍ତରପ୍ରଦେଶର ବହୁ ଲୋକ ଦିଲ୍ଲୀ ନିଜାମୁଦ୍ଦିନ ଜମାତରୁ ଫେରିଥିବାବେଳେ ସେମାନଙ୍କ ମଧ୍ୟରେ କେତେଜଣଙ୍କ ଠାରେ କରୋନା ପଜିଟିଭ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଦିଲ୍ଲୀ, ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟର ଅବସ୍ଥା ମଧ୍ୟ ସମାନଜଣକ ଥିବା ଜଣାପଡିଛି । ଓଡ଼ିଶାରୁ ଜମାତକୁ ଯାଇଥିବା ମୁସଲମାନଙ୍କ ମଧ୍ୟରୁ ୩ ଜଣଙ୍କଠାରେ କରୋନା ପଜିଟିଭ ରହିଥିବା ଦେଖା ଦେଇଛି । ତେଲେଙ୍ଗାନାରେ ୨୨୦ ଜଣଙ୍କ ଠାରେ କରୋନା ସଂକ୍ରମଣ ଥିବା ଚିହ୍ନଟ ହୋଇଥିବାବେଳେ ସେମାଙ୍କ ମଧ୍ୟରୁ ପ୍ରାୟ ୮୨ପ୍ରତିଶତ ଆକ୍ରନ୍ତ ନିଜାମୁଦ୍ଦିନ ଜମାତରୁ ଫେରିଥିବା ଜଣାପଡିଛି । କରୋନାକୁ ନିୟନ୍ତ୍ରଣ କରିବାକୁ ଦେଶର ବିଭିନ୍ନ ରାଜ୍ୟସରକାର ଓ କେନ୍ଦ୍ର ସରକାର ଯେତେ ସଚେତନ କଲେ ସୁଦ୍ଧା ଜନସାଧାରଣ ସଚେତନ ହେଉ ନ ଥିବାରୁ ଏହାକୁ ରୋକିବା କଷ୍ଟକର ହୋଇ ପଡିଥିବା ଦେଖିବାକୁମିଳିଛି । ଉଲେଖ ଯୋଗ୍ୟ ଯେ ନିଜାମୁଦ୍ଦିନ ମରକଜକୁ ଦେଶ ସମେଣ୍ଟ ବହୁ ବିଦେଶୀ ମଧ୍ୟ ଆସିଥିଲେ ସେଠାରେ ବିଦେଶୀଙ୍କ ଠାରୁ ଏହି ସଂକ୍ରମଣ ଅସିଥାଇ ପାରେ ବୋଲି ସନ୍ଦେହୟ କରାଯାଉଛି. ସାଧାରଣ ଜନତା ନିଜର ଜୀବନ ସହ ଦେଶବାସୀଙ୍କ ଜୀବନ ପ୍ରତି ସଜାଗ ରହି ସରକାରଙ୍କ ଉପଦେଶକୁ ପାଳନ କରିବାକୁ ପଡିବ ନ ହେଲେ ଆଗମୀଦିନରେ ବହୁମୂଲ୍ୟ ଦେବାକୁ ପଡିବ ମାନବ ସମାଜକୁ.


