ନିଜ ରାସ୍ତା ନିଜେ ତିଆରି କଲେ ଅଞ୍ଚଳବାସୀ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ମହେନ୍ଦ୍ର ତନୟା ନଗର ବାସୀ ସେମାନଙ୍କ ସାହି ରାସ୍ତାଟିକୁ ନିଜେ ତିଆରି କରିଥିବାର ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ଏହି ଅଞ୍ଚଳଟି ନିର୍ମାଣ ହୋଇ ୫ ବର୍ଷରୁ ଅଧିକା ସମୟ ବିତିଯାଇ ଥିଲେ ମଧ୍ୟ ଏହି ଅଞ୍ଚଳଟି ପୌରପରିଷଦର ଶେଷ ଭାଗରେ ଏବଂ ପଞ୍ଚାୟତର ଶେଷ ଭାଗରେ ରହିଥିବାରୁ ଉଭୟ ପକ୍ଷ କିଏ କରିବ ବୋଲି ନିଷ୍ପତ୍ତି ନନେଇ ପାରିବାରୁ ଅଞ୍ଚଳବାସୀ ମାନଙ୍କ ଚଲାପଥରେ ଅସୁବିଧା ହେଉଥିବାରୁ ବାଧ୍ୟହୋଇ ଶେଷରେ ସମସ୍ତେ ମିଳିମିଶି ଚାନ୍ଦାକରି ଆଜି ଜେସିବି ମେସିନ୍ ଲଗାଇ ରାସ୍ତା ନିର୍ମାଣ କରୁଥିବାର ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରୁ ନରେନ୍ଦ୍ର ଦାଶ, ରୁନା ଚୌଦୁରୀ, ଓ ଜଗଦୀଶ ପାଠୀ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ନ ଦେବାରୁ ଶେଷରେ ସେମାନେ ମିଳିମିଶି ଏହି ଉପାୟ କରି ରାସ୍ତା ନିର୍ମାଣ କରିଛନ୍ତି ।