ନିତ୍ୟାନନ୍ଦ ପାଠଗରର ଷଷ୍ଠ ବାର୍ଷିକୀ ମହୋତ୍ସବ
ପାରଳାଖେମୁଣ୍ଡି,(ତାରିଣୀ ଚରଣ ପଣ୍ଡା): ପାରଳାଖେମୁଣ୍ଡି ନିତ୍ୟାନନ୍ଦ ପାଠଗାରାର ଷଷ୍ଠ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥିରୁପେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଗୁରୁଗୈାରବ ଗୈାରଚନ୍ଦ୍ର ପଣ୍ଡା , ସମ୍ମାନୀତ ଅତିଥିଭାବେ ରାଜଜେମା କଲ୍ୟାଣୀ ଦେବୀ ପ୍ରାକ୍ତନ ପାରଳାଖେମୁଣ୍ଡି ବିଧାୟକ ବିଜୟ କୁମାର ଜେନା ଯୋଗଦେଇଥିବା ବେଳେ ପାଠାଗାରାର ସଭାପତି ଗୈାରହରି ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ଅନୁଷ୍ଠାନର ସମ୍ପାଦକ ସୂର୍ୟ୍ୟନାରାୟଣ ପଟନାୟକ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନର ଉପ-ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା ସ୍ୱାଗତ ସମ୍ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ। ଅବସରରେ ବହୁମୁଖୀ ପ୍ରତିଭାଧର କନ୍ଦର୍ପ ପାତ୍ର ଏବଂ ଭଜଗୋବିନ୍ଦ ପାତ୍ର ମୁଖ୍ୟ ଅତିଥି ଦ୍ୱାରା ପ୍ରତିଭା ସମାନଂ ପ୍ରଦାନ କରାଯାଇଥିଲା।ଗୁରୁ କୈଳାସ ଚନ୍ଦ୍ର ପଟ୍ଟନାୟକ ଓ ସାଥି ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ।