ନିଦରେ ଚାଲନ୍ତି ଇଲିଆନା !

ମୁମ୍ବାଇ: ନିଦରେ ଚାଲନ୍ତି ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍ । କେବଳ ସେତିକି ନୁହେଁ, ଏହା ଦ୍ୱାରା ତାଙ୍କର ପାଦରେ ଦାଗ ଅଥବା ଖଣ୍ଡିଆ ମଧ୍ୟ ହୋଇଯାଏ । କଥାଟି ଆମେ କହୁନାହୁଁ, ବରଂ ସେ ଏକ ଟୁଇଟ୍ କରି ଏଭଳି କିଛି କହିଛନ୍ତି, ଯାହାକି ତାଙ୍କ ପ୍ରଶଂସକଙ୍କୁ ଚକିତ କରିଛି । ଅନେକ ଫ୍ୟାନ୍ ତାଙ୍କୁ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କହୁଥିବାବେଳେ କେହି କେହି ତାଙ୍କ ଶୋଇବା ଘରେ କ୍ୟାମେରା ଲଗାଇବାକୁ କହୁଛନ୍ତି । କହିରଖୁଛୁ ଇଲିଆନା ଆଗାମୀ ଫିଲ୍ମ “ପାଗଲପନ୍ତି’ ପାଇଁ ବ୍ୟସ୍ତ ଅଛନ୍ତି । ଏହାର ନିର୍ଦ୍ଦେଶନା ଦେଉଛନ୍ତି ଅନୀଶ ବଜ୍ମି । ଫିଲ୍ମରେ ଜନ୍ ଆବ୍ରାହମ, ଅନିଲ କପୁର, ଅରସଦ ୱାର୍ସି ଏବଂ ପୁଲକିତ ସମ୍ରାଟଙ୍କୁ ଦେଖିବାକୁ ମିଳିବ । ଏହା ନଭେମ୍ବର ୮ରେ ପରଦାକୁ ଆସିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ