ନ୍ୟାୟ ଅପେକ୍ଷାରେ ରୁକ୍ସାନା

(ଯୁଗାବ୍ଦ ନ୍ୟୁଜ) ବାପାଙ୍କ ହତ୍ୟାକାରୀଙ୍କୁ ଶାସ୍ତୀ ଦେବା ପାଇଁ ବାହାରିଛି ଝିଅ । ନ୍ୟାୟପାଳିକା ଠାରୁ ନିରାଶ ହେବା ପରେ ରୁକ୍ସାନା ଏବେ ପହଞ୍ଚିଛି ଭାରତର ରାଜଧାନୀ ଦଲ୍ଲୀରେ । ହେଲେ ପ୍ର୍ଶାସନଠାରୁ ଆରମ୍ଭ କରି ନ୍ୟାୟପାଳିକା ପର୍ଯ୍ୟନ୍ତ କେହି ତା କଥାକୁ କର୍ଣ୍ଣପାତ କରୁନାହାନ୍ତି । ଫଳରେ ସେ ସାମାଜିକ ଗଣମାଧ୍ୟମର ସାହାରା ନେଇଛି । ସେଥିପାଇଁ ସେ ନୂଆଦିଲ୍ଲୀର ଚକମକ ରାଜରାସ୍ତାରେ ବାପାଙ୍କ ହତ୍ୟାକାରୀଙ୍କୁ ଶାସ୍ତୀ ଦେବାପାଇଁ ରିଫ୍ଲେଟ ଧରି ଚାଲିଛନ୍ତି , କାଳେ ନାଲି ଗାଡିରେ ଯାଉଥିବା ବଡବାବୁ ମାନଙ୍କର ଆଖି ପଡିଯିବ । ଏମିତି ଦୀର୍ଘ ୨୦ ବର୍ଷ ହେଲା ହତ୍ୟାକାରୀଙ୍କୁ ଦଣ୍ଡ ଦେବା ପାଇଁ ପ୍ରତିଜ୍ଞା କରିଛି ଓଡିଆ ଝିଅ ଋକ୍ସାନା । କଳାହାଣ୍ଡି ଜିଲ୍ଲା ଭବାନୀପାଟନା ଅଞ୍ଚଳର ଝିଅ ଋକ୍ସାନା , ମା ଥିଲେ ଆଦିବାସୀ ଓ ବାପା ଥିଲେ ମୁସଲମାନ । ଦୁହେଁ ପ୍ରେମ ବିବାହ କରିଥିଲେ । ହେଲେ ବିଧିର ବିଧାନ ସେମାନଙ୍କ ସହ ଖେଳ ଖେଳିଲା । ମାତ୍ର କେଇ ବର୍ଷରେ ସୁନାର ସଂସାର ଛାରଖାର ହୋଇଗଲା । ସ୍ୱାମୀଙ୍କୁ ହରାଇ ବିଧବା ହେଲେ ଋକ୍ସାନଙ୍କ ମା । ଋକ୍ସାନା କୁହନ୍ତି ଜମିବାଡି ଶ ହକୁ କେନ୍ଦ୍ର କରି ମୋ ବାପାଙ୍କୁ ମୋର ବଡ ବାପାମାନେ ବିଷ ଦେଇ ହତ୍ୟା କରିଥିଲେ । ଯାହାକୁନେଇ ମା ମଧ୍ୟ ଅଭିଯୋଗ କରିଥିଲେ , କିନ୍ତୁ ବାପାଙ୍କ  ଶବ ବ୍ୟବିଚ୍ଛେଦ ସମୟରେ ରିପୋର୍ଟ ପଜେଟିଭ ବାହାରିଥଲା ।ସେ ସମୟରେ ମା ଙ୍କୁ ତୋ ଛୁଆ ପିଲାଙ୍କୁ ହତ୍ୟା କରିବାର ଧମକ ଦେଇ ଭ.ୟଭୀତ କରାଇଥିଲେ । ସେହି ସମୟରେ ଋକ୍ସାନାଙ୍କ ବଡ ଭଉଣୀ ମାତ୍ର ୩ ବର୍ଷର ହୋଇଥିବା ବେଳେ ତାଙ୍କ ବଡ ଭାଇ ଦେଢ ବର୍ଷ ଓ ସାନ ଭାଇ ଏକ ମାସର ହୋଇଥିଲା । ୨୦୧୨ରୁୂ ୨୦୧୯ ପର୍ପ୍ୟନ୍ତ ଆମେ ଜିଲ୍ଲାପାଳ, ଏସିପି, ଡିଏସପି, ଆଇସ,ସିଙ୍କ ପାଖକୁ ଯାଇ ନିପେପକ୍ଷ ତଦନ୍ତର ଦାବି କରିଥିଲେ । ଏସପି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିନଥିଲେ । ଶେଷରେ ଆଶା ଓ ଭରଷା ନେଇ ୬୨ଦିନ ଧାରଣାରେ ବସିବା ପରେ ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀଙ୍କ ତରଫରୁ ଆସିଲା ସି.ବି.ଆ.ଇ ଯାଞ୍ଚ ପତ୍ର । ଆଉ ଏବେ ଦେଖିବାକୁ ବାକି ରହିଲା କେବେ ମିଳୁଛି ନ୍ୟାୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ