ନିଧିମୋଉସା ସଚେତନତା କାର୍ଯ୍ୟକ୍ରମ
ହାଟଡ଼ିହି,(ବିକାଶ ବିଶ୍ୱାଳ ) : ଶାସଙ୍ଗ ପଞ୍ଚାୟତରେ ନିଧିମଉସା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି କେନ୍ଦୁଝର ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୁପୁର ନାଟ୍ୟ ସଂସ୍ଥା ପକ୍ଷରୁ ମସାରୀ ବ୍ୟବହାରର ଉପକାରିତା ସମ୍ପର୍କରେ ଲୋକମାନଙ୍କୁ ଅଭିନୟ ମାଧ୍ୟମରେ ସଚେତନ କରାଇଥିଲେ । ମଶାରୀ ବ୍ୟବହାର ଦ୍ୱାରା ଆମେମାନେ କିପରି ମେଲେରିଆ ଓ ଡେଙ୍ଗୁ ଠାରୁ ଦୁରେଇ ରହିପାରିବ ସେନେଇ ସଚେତନ କରାଇଥିଲେ । ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ ଓ ଆଶାକର୍ମୀ ଅପର୍ଣ୍ଣା ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


