ସେୟୱାନ୍ ପକ୍ଷରୁ ଅନ୍ଲାଇନ୍ କାରବାର ଆରମ୍ଭ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଆୟୁର୍ବେଦ ହେଲଥ୍ ଏବଂ ପର୍ସନାଲ କେୟାର ବ୍ରାଣ୍ଡ୍ ସେୟୱାନ ନ୍ୟୁଟ୍ରି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏହାର କାରବାର ଅନ୍ଲାଇନ୍ ଆରମ୍ଭ କରାଯିବା ସହିତ ନୂଆ ଉତ୍ପାଦର ବଜାର ପ୍ରବେଶ କରାଯାଇଛି । କମ୍ପାନୀ ବିଭିନ୍ନ ପର୍ସନାଲ କେୟାର, ହେଲଥ୍ କେୟାର, ଓରାଲ କେୟାର ଏବଂ ଏଗ୍ରି କେୟାର ଉତ୍ପାଦ ଆଦି ନିର୍ମାଣ କରିବା ସହିତ ଏହାର ବିକ୍ରି ପ୍ରତ୍ୟକ୍ଷ ଭାବେ କରିଥାଏ । ଏହାର ଉତ୍ପାଦରେ ପ୍ରାକୃତିକ ଇନଗ୍ରେଡିଏଣ୍ଟସ୍ ରହିଥାଏ । କମ୍ପାନୀ ପକ୍ଷରୁ ୨୦୨୧ ଫେବୃୟାରୀରେ ଏହାର ଇ-କମର୍ସ ୱେବସାଇଟ୍ର ଶୁଭାରମ୍ଭ କରାଯାଇଛି । କମ୍ପାନୀର ଉତ୍ପାଦ ପ୍ରତିରୋଧ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ । ସେୟୱାନ ଶରୀରର ଆଭ୍ୟନ୍ତରୀଣ ସୁସ୍ଥତାକୁ ବଜାୟ ରଖିବାକୁ ସକ୍ଷମ ହୋଇଥାଏ । ଏହାର ବିଭିନ୍ନ ଆୟୁର୍ବେଦିକ୍ ଉତ୍ପାଦ ମଧ୍ୟରେ ମଏଶ୍ଚରରାଇଜର, ପେସିଆଲ୍ କ୍ଲିଞ୍ଜର, ବଡିଲୋଶନ, ଟୋନର, ଲିପ୍ ବାମ୍, ସାବୁନ ଆଦି ଉତ୍ପାଦ ବେଶ୍ ଖ୍ୟାତି ହାସଲ କରିପାରିଛି । ଏହା କୋଷ୍ଠବଦ୍ଧତା, ପିସିଓଡି, ହାର୍ଟ ସମସ୍ୟା ପାଇଁ ମଧ୍ୟ ସମାଧାନ ଉପଲବ୍ଧ କରାଇଥାଏ । ଏହାର ଇ-କମର୍ସ ପୋର୍ଟାଲ ଦ୍ୱାରା ବିଶ୍ୱବ୍ୟାପୀ ଗ୍ରାହକ ଚିନ୍ତା ମୁକ୍ତ ଭାବେ ହେଲଥ୍ ଏବଂ ପର୍ସନାଲ କେୟାର ଉତ୍ପାଦ ଘରେ ବସି ପାଇପାରିବେ । ସେୟୱାନ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ଉତ୍ପାଦକୁ ଗୁରୁତ୍ୱ ପ୍ରଦାନ କରିଥାଏ । ସମ୍ପ୍ରତି କମ୍ପାନୀ ପକ୍ଷରୁ ସିଆବୁ-ଆଲୋଜେଲ୍, ଫ୍ଲାକ୍ସ୍ ସିଡ୍ ଅଏଲ୍ କ୍ୟାପସୁଲ୍, ଶି ବାଲାନ୍ସ, କ୍ରିଷ୍ଟା-ଡେଣ୍ଟାଲ୍ କ୍ରିମ୍, ଫେସ୍ ପ୍ୟାକ୍, ଫୁଟ୍ କ୍ରିମ୍, ସିର୍ପୁଲିନା ଏବଂ ଆଇ-ଫୋଲିକ୍ ଆଦି ୮ଟି ନୂଆ ଉତ୍ପାଦର ବଜାର ପ୍ରବେଶ କରାଯାଇଛି । ଏସବୁ ନୂତନ ଉତ୍ପାଦଗୁଡ଼ିକ ସମସ୍ତ ବର୍ଗର ଲୋକଙ୍କ ଦୈନନ୍ଦିନ ଫିଟ୍ ନେସ୍ ଏବଂ ଜୀବନଶୈଳୀ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ । ଏସବୁ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ହିତକର । ଏଥିରେ ଗୁଣବତାଯୁକ୍ତ ପୋଷକ ତତ୍ୱ ରହିଛି । ଯାହାକି ଶରୀର ଲାଗି ଆବଶ୍ୟକ ହୋଇଥାଏ । ଏହି ଅବସରରେ ସେୟୱାନ୍ ନ୍ୟୁଟ୍ରି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ପ୍ରତିଷ୍ଠାତା ଶ୍ରୀମତୀ ଭାବିକା ଘିଲାନୀ କହିଲେ, ଭାରତରେ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ଉପରେ ଗୁରୁତ୍ୱାରୋପ କରାଯାଇଥାଏ । ସେହିପରି ଭାରତରେ ଯୋଗ ଚିକିତ୍ସା ବେଶ୍ ପରିଚିତି ହାସଲ କରିପାରିଛି । ଏହାଦ୍ୱାରା ବିସ୍ତୃତ ୱେଲନେସ୍ ବିକାଶ ସମ୍ଭବ ହୋଇପାରିଛି । ଯାହାଦ୍ୱାରା ଜୀବନଶୈଳୀରେ ମଧ୍ୟ ତୁଳନାତ୍ମକ ଭାବେ ପରିବର୍ତନ ଆସିପାରିଛି । ସ୍ୱାସ୍ଥ୍ୟ ହିଁ ସମ୍ପଦ । ତେଣୁ ସୁସ୍ୱାସ୍ଥ୍ୟକୁ ବଜାୟ ରଖିବା ସହିତ ଏହାକୁ ଜୀବନଶୈଳୀରେ ସାମିଲ କରାଇବାର ସଦିଚ୍ଛା ଦ୍ୱାରା ନିରୋଗ ରହିବା ସମ୍ଭବ ପର ହୋଇପାରିବ ।


