ନିମଖଣ୍ଡିରେ ଏମ୍ରୋଡିଂ କ୍ରାଫ୍ଟ ଶିକ୍ଷା ତାଲିମ ଶିବିରର ଶୁଭାରମ୍ଭ

ବ୍ରହ୍ମପୁର,(ଅନିଲ କୁମାର ମହାରଣା): ନିମଖଣ୍ଡିରେ ପଦ୍ମାଳୟା ମହିଳା ସଙ୍ଗଠନ ପକ୍ଷରୁ ମହିଳାମାନେ ସ୍ୱବାଲମ୍ବୀ ହେବାପାଇଁ ଏମ୍ରୋଡିଂ କ୍ରାଫ୍ଟ ଶିକ୍ଷା ତାଲିମ ଶିବିର ସଙ୍ଗଠନର କାର୍ଯ୍ୟାଳୟ ପରିସରରେ ଜାନୁୟାରୀ ୧୯ ତାରିଖ ଦିନ ଶୁଭାରମ୍ଭ ହୋଇଯାଇଛି। ୧୯.୦୧.୨୧ ରୁ ୧୮.୦୭.୨୧ ପର୍ଯ୍ୟନ୍ତ ଛଅ ମାସ ପାଇଁ ଅନୁଷ୍ଠିତ ଏହି ତାଲିମ ଶିବିରକୁ ହସ୍ତକଳା ଯୋଜନା ଅଧିକାରୀ ଉମାପତି ବେହେରା ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାନେତ୍ରୀ ସୁକାନ୍ତି ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟବକ୍ତା ଭାବେ ସଖୀର ଆଇନ ସହାୟିକା ସ୍ନେହମୟୀ ପାଢ଼ୀ ଏବଂ ସମ୍ମାନୀତ ଅତିଥି ଭାବେ ଆଇପିଓ, ଡ଼ିଆଇସି ପ୍ରିୟାଶୁଂ ପଟ୍ଟନାୟକ, କୁକୁଡ଼ାଖଣ୍ଡି ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀ ପ୍ରିୟା ସାହୁ, ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ କୁମାର ପାତ୍ର ପ୍ରମୁଖ ଯୋଗଦେଇ ଥିଲେ। ଜିଲ୍ଲା ଶିଳ୍ପ ନିଗମ ପକ୍ଷରୁ ଆୟୋଜିତ ଏହି ତାଲିମ ଶିବିରରେ ଏମ୍ରୋଡିଂ କ୍ରାଫ୍ଟ ଶିକ୍ଷାଲାଭ କଲାପରେ ମହିଳାମାନେ ସ୍ୱବାଲମ୍ବୀ ହୋଇପାରିବେ ବୋଲି ଆଶା କରାଯାଉଛି। ଶେଷରେ ଏମ.ସି.ଏମ ର ସଭ୍ୟା ସ୍ନେହଲତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ