ନିମାପଡ଼ା ଥାନା ସମ୍ମୁଖରେ କଂଗ୍ରେସ ଦଳ ପକ୍ଷରୁ ୨୯ ରେ ବିକ୍ଷୋଭ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ର କଳାପାଞ୍ଚଣ ପଞ୍ଚାୟତ ର ସରପଂଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ କଳାପାଞ୍ଚଣ ପଞ୍ଚାୟତରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇପାରୁନାହିଁ ।ଫଳରେ ପଞ୍ଚାୟତ ର ସରପଂଚ ଗୀତାଞ୍ଜଳି ଜେନା ଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ପୁରୀ ଜିଲ୍ଲାପାଳ ଙ୍କୁ ଭେଟି ଏକ ଅଭିଯୋଗ ପତ୍ର ଦେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।ପ୍ରକାଶ ଥାଉକି ଗତ ୬ ତାରିଖରେ କଳା ପାଞ୍ଚଣ ପଞ୍ଚାୟତ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଗ୍ରାମ ସଭାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ବେଳେ ସେ ୬ ଜଣଙ୍କ ନାମରେ ମିଥ୍ୟା ମାମଲା କରିଛନ୍ତି ବୋଲି ସରପଂଚ ଗୀତାଞ୍ଜଳି ଜେନା କହିଛନ୍ତି । ଏ ଘଟଣାରେ ପୋଲିସ ଜଣକୁ ଗିରଫ କରିଛି ।ମାତ୍ର ସେ ନିଜେ ଦେଇଥିବା ଏତଲା କୁ ଗ୍ରହଣ କରାଯାଇନାହିଁ ।ନିମାପଡ଼ା ପୋଲିସ ଘଟଣାର ସତ୍ୟାସତ୍ୟ ତଦନ୍ତ ନ କରି ଏକ ତରଫା ଭାବେ ଗିରଫ ଦାରୀ କରିଥିବାରୁ ଏହାକୁ କଂଗ୍ରେସ ଦଳ ପକ୍ଷରୁ ନିନ୍ଦା କରାଯାଇଛି ।ଏହାକୁ କାର୍ଯ୍ୟକାରୀ ନ କଲେ ଆସନ୍ତା ୨୯ ରେ କଂଗ୍ରେସ ଦଳ ପକ୍ଷରୁ ନିମାପଡ଼ା ବ୍ଲକ ଓ ଥାନା ସମ୍ମୁଖରେ ଗଣ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶ୍ରୀମତୀ ଜେନା ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ