ନିମାପଡ଼ା ରେ ପ୍ରଭାତୀ ବିଜେପି ପ୍ରାର୍ଥୀ

ନିମାପଡ଼ା, (ସନ୍ତୋଷ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ପୁରୀ ଜିଲ୍ଲା ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ରେ ରାଜନୈତିକ ବାତାବରଣ ସେତିକି ଉଷ୍ମ ହୋଇ ଉଠୁଛି। ବିଜେପି ପକ୍ଷରୁ ନିମାପଡ଼ା ବିଧାନସଭା ପାଇଁ ପ୍ରଭାତୀ ପରିଡ଼ାଙ୍କୁ ପ୍ରାର୍ଥୀ କରାଯିବାପରେ ଦଳ ର ଅନ୍ୟ ପ୍ରଭାବଶାଳୀ ନେତା ଦିଲ୍ଲୀପ ନାୟକ ବିଜେପି ଦଳ ରୁ ଇସ୍ତଫା ଦେଇ ନିଜ ସମର୍ଥକ ମାନଙ୍କ ସହିତ ଆଜି ନବୀନ ନିବାସ ଯାଇ ବିଜେଡ଼ି ରେ ଯୋଗ ଦେଇଛନ୍ତି। ତାଙ୍କୁ ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ସ୍ବାଗତ କରି ତାଙ୍କ ଯୋଗଦାନ ପରେ ନିମାପଡ଼ା ରେ ବିଜେଡ଼ି ଅଧିକ ମଜଭୁତ ହୋଇ ପାରିଛି ବୋଲି କହିଛନ୍ତି। ତେବେ ବିଜେଡ଼ି ପକ୍ଷରୁ ଏ ପର୍ଯ୍ୟନ୍ତ ବିଧାୟକ ପ୍ରାର୍ଥୀ ଘୋଷଣା ହୋଇ ନ ଥିବାରୁ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଦଳ ପୁଣି ଥରେ ସମୀର ଦାଶ ଙ୍କୁ ପ୍ରାର୍ଥୀ କରିବ କି ନୂଆ ମୁହଁ କୁ ପ୍ରାର୍ଥୀ କରିବ ତାକୁ ସ୍ଥାନୀୟ ଜନ ସାଧାରଣ ଓ ବିଜେଡ଼ି କର୍ମୀ ଉତ୍ସୁକତା ର ସହିତ ଅପେକ୍ଷା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ